ସୀମାରେ ଦେଶର ସୁରକ୍ଷା କରିବା ସହିତ ପଢ଼ିଲେ ପାଠ ଆଉ ବନିଗଲେ IAS ଅଫିସର

ନିରନ୍ତର ଚେଷ୍ଟା, ବିଶ୍ବାସ ଏବଂ କଠିନ ପରିଶ୍ରମ ଦ୍ବାରା ମଣିଷ ସବୁ କିଛି ହାସଲ କରିପାରିବେ ଏହା କହିବା ଭୁଲ ହେବ ନାହିଁ। ମଣିଷ ପାଖରେ ପ୍ରତିଭା ଅଛି ଏବଂ ସେ ଚାହିଁଲେ ନିଜ ସ୍ବପ୍ନକୁ ସତରେ ବଦଳାଇପାରେ। ଆଉ କଥାକୁ ସତ କରି ଦେଖାଇଛନ୍ତି ଜବାନ ହରପ୍ରିତ ସିଂହ। ବର୍ଡର ସିକ୍ୟୁରିଟୀ ଫୋର୍ସ (BSF)ର ଏହି ଜବାନ ସୀମାରେ ଦେଶ ଏବଂ ଦେଶବାସୀଙ୍କ ସୁରକ୍ଷା କରିବା ସହିତ ସଂଘ ସେବା ଆୟୋଗ (UPSC) ପାଇଁ ପ୍ରସ୍ତୁତ ହେଉଥିଲେ। ନିଜ ଡିଉଟି କରିବା ସହିତ ବଳକା ସମୟରେ ପାଠ ପଢ଼ି ପଞ୍ଚମ ଥର ଚେଷ୍ଟାରେ ଭାରତୀୟ ପ୍ରଶାସନିକ ସେବା (IAS) ପାଇଁ ସଫଳ ହୋଇଛନ୍ତି। କେବଳ ଏତିକି ନୁହେଁ ସେ ଦେଶର ଟପ୍ ୨୦ସ୍ଥାନରେ ନିଜ ନାମକୁ ସାମିଲ କରିପାରିଛନ୍ତି।

harpreetହରପ୍ରିତ ସିଂହ କହିଛନ୍ତି ‘୨୦୧୬ରେ ମୁଁ ଏକ ଆସିଷ୍ଟାଣ୍ଟ କମାଣ୍ଡେଟ୍ ଭାବରେ ବିଏସଏଫ ଜଏନ କଲି। ବିଏସଏଫ ଜଏନ କରିବା ପରେ ମୋର ପୋଷ୍ଟଂ ଭାରତ ଏବଂ ବାଙ୍ଗଲାଦେଶ ସିମାରେ କରାଗଲା। ସୀମାରେ ଡିଉଟି କରିବାକୁ ମୋତେ ଭଲ ଲାଗୁଥିଲା ଏବଂ ଏହି ମୁସକିଲ କାମକୁ ପସନ୍ଦ ମଧ୍ୟ କରୁଥିଲି। କିନ୍ତୁ ମୋ ସ୍ବପ୍ନ ଆଇଏଏସ ଅଫିସର ହେବାରେ ଥିଲା। ଏଥିପାଇଁ ସୀମାରେ ଡିଉଟି କରିବା ପରେ ସମୟ ବାହାର କରି ନିଜର ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଲାଗିପଡିଥିଲି।’

ଏହା ସହ ପଢ଼ନ୍ତୁ : କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, MBBS ପାଇଁ ଏକକ ପରୀକ୍ଷା ହେବ ଓ ଗଠନ ହେବ ନ୍ୟାସନାଲ ମେଡିକାଲ…

କଠିନ ପରିଶ୍ରମ ଏବଂ ଦ୍ରୁଢ଼ ଇଚ୍ଛା ଶକ୍ତି ବଳରେ ମୁଁ ଏହି ସଫଳତା ପାଇଛି। ମୁଁ ସଫଳତାକୁ ମୂଳମନ୍ତ୍ର ବୋଲି ଭାବୁଥିଲି। ମୋତେ ଲାଗେ ଯେ ଆମକୁ କେବେବି ନିଜର ସ୍ବପ୍ନକୁ ପଛରେ ପକାଇବା ଉଚିତ ନୁହେଁ ଏହା ଯେତେବେ ବି ମୁସକିଲ ହେଉ ନା କାହିଁକି, ଚେଷ୍ଟା କରିଚାଲ।’
ଲୁଧିୟାନା (ପଞ୍ଜାବ)ରେ ରହୁଥିବା ହରପ୍ରୀତ ଏହା ପୂର୍ବରୁ ଇଣ୍ଡିଆନ ଟ୍ରେଡ୍ ସର୍ଭିସ (ITS) ପାଇଁ ମଧ୍ୟ କ୍ବାଲିଫାଏ ହୋଇଥିଲେ।

harpritସେ ଜଣାଇଛନ୍ତି ‘୨୦୧୭ରେ ମଧ୍ୟ ମେନ୍ ସିଭିଲ ସେବା ପରୀକ୍ଷା ଦେଇଥିଲି। ସେତେବେଳେ ମୋତେ ୪୫୪ ରେଙ୍କ୍ ମିଳିଥିଲା ଏବଂ ମୋ ଚୟନ ଇଣ୍ଡିଆନ୍ ଟ୍ରେଡ୍ ସର୍ଭିସ ପାଇଁ ହୋଇଥିଲା। ସେତେବେଳେ ମୋତେ ବିଏସଏଫ ଛାଡି ଆଇଟିଏସ ଜଏନ କରିନେଲି। ୨୦୧୮ରେ ମୁଁ ପଞ୍ଚମ ଥର ସିଭିଲ ସେବା ପରୀକ୍ଷା ଦେଇଥିଲି। କିନ୍ତୁ ଏଥର ମୋତେ ୧୯ ରେଙ୍କ୍ ମିଳିଲା ଏବଂ ମୋର ସ୍ବପ୍ନ ପୂରଣ ହୋଇଗଲା।’

ମସୁରୀ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ହରପ୍ରିତଙ୍କର ଟ୍ରେନିଂ ହେବ। ସେ ଗ୍ରୀନ ଗ୍ରୋବ୍ ପବ୍ଲିକ ସ୍କୁଲରେ ପଢ଼ା ସାରିବା ପରେ ଇଲେକ୍ଟ୍ରୋନିକ୍ସରେ ବାଇ ଡିଗ୍ରୀ ନେଇଛନ୍ତି। ହରପ୍ରିତଙ୍କ ବାପା ବ୍ୟବସାୟୀ ଥିବାବେଳେ ମା’ ଶିକ୍ଷୟତ୍ରୀ ଅଟନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.