ଆଇସିଆଇସିଆଇ ବ୍ୟାଙ୍କ ଆଣିଛି ବଡ଼ ସୁବିଧା, କିଛି ମିନିଟ ମଧ୍ୟରେ ମିଳିଯିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍

ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ, ତା’ହେଲେ ଆପଣଙ୍କ ପାଇଁ ଖୁସି ଖବର। କାହିଁକି ନା ବ୍ୟାଙ୍କ ବର୍ତ୍ତମାନ ଏପରି ଏକ ସୁବିଧା ଉପଲବ୍ଧ କରିଛି, ଯଦ୍ଦ୍ବାରା ମାତ୍ର କିଛି ମିନିଟ୍ ମଧ୍ୟରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳିଯିବ। ଯଦିଓ ଏହା ପାଇଁ କେତେକ ସର୍ତ୍ତ ଜାରି କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଇସିଆଇସିଆଇ ବ୍ୟାଙ୍କର ଏହି ଖାସ୍ ସୁବିଧା ବିଷୟରେ।

ICICI BANK BANK

ବ୍ୟାଙ୍କ କ୍ଷୁଦ୍ର ବ୍ୟବସାୟୀ ଏବଂ ଆତ୍ମନିର୍ଭରଶୀଳ ବ୍ୟକ୍ତିଙ୍କ ପାଇଁ ଇନଷ୍ଟାବିଜ୍ ନାମକ ଆପ୍ ଉନ୍ମୋଚନ କରିଛି। ବ୍ୟାଙ୍କ ଅନୁସାରେ ଯେତେବେଳେ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀ ଏହି ଆପ୍ ଡାଉନଲୋଡ୍ କରିବେ, ସେମାନଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟର ସୁବିଧା ମିଳିଯିବ। ଏଠାରେ କହି ରଖୁଛୁ ଯେ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଓଭରଡ୍ରାଫ୍ଟ ସୁବିଧା ଦେଇଥାଆନ୍ତି। ଏଥିପାଇଁ ବ୍ୟାଙ୍କ ଖାତାରେ ଜମା ରାଶି ରହିବା ଜରୁରୀ ନୁହେଁ।

ଏହାସହ ପଢ଼ନ୍ତୁ: ଏହି ଦୋକାନୀଙ୍କୁ ମିଳିବନି ୩୦୦୦ ଟଙ୍କା ଭତ୍ତା, ଜାଣନ୍ତୁ କାହାକୁ ମିଳିବ ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନଧନ ଯୋଜନାର ଲାଭ

BANK LOAN

ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି ଯେ ଓଭରଡ୍ରାଫ୍ଟ ଅଧୀନରେ ଆପଣ କେତେ ଟଙ୍କା ନେଇପାରିବେ। ଓଭରଡ୍ରାଫ୍ଟର ଲିମିଟ୍ ଏହି କଥା ଉପରେ ନିର୍ଭର କରେ କି ଏହି ସୁବିଧା ଲାଗି ଆପଣ ବ୍ୟାଙ୍କରେ କେତେ ସମ୍ପତ୍ତି ବନ୍ଧା ରଖିଛନ୍ତି। ଆପ୍ ଜରିଆରେ ୧୧୫ ପ୍ରଡକ୍ଟ ଏବଂ ସେବା ଆପଣଙ୍କୁ ମିଳିପାରିବ। ଯେଉଁ ଲୋକଙ୍କର ବ୍ୟାଙ୍କରେ ଆକାଉଣ୍ଟ ନାହିଁ, ସେମାନେ ମଧ୍ୟ ଏହି ଆପକୁ ଡାଉନଲୋଡ କରିପାରିବେ। ସେମାନଙ୍କୁ ଆପର ପୂରା ଲାଭ ମିଳିବ।

PHONE MOBILE

ଏହାବ୍ୟତୀତ ଆପରେ ଡିଜିଟାଲ ମୋଡ୍ ଦ୍ବାରା ଅତି ସହଜରେ ଆପଣ ବଲ୍କ ଫଣ୍ଡ କଲେକସନ ଏବଂ ପେମେଣ୍ଟ କରି ପାରିବେ। ଏଥିସହ ବଡ଼ ଆମଦାନୀ, ରପ୍ତାନୀ ଦେଣନେଣର ବି ସୁବିଧା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.