Below header

ରାଜ ବବର ଏବଂ ତାଙ୍କ ସମର୍ଥକଙ୍କୁ ଗୋଡେଇ ଗୋଡେଇ ଜୋତାରେ ପିଟିବାକୁ ଧମକ ଦେଲେ ଏହି ବିଏସ୍‌ପି ନେତା , ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ(କେନ୍ୟୁଜ୍ ): ଉତ୍ତର ପ୍ରଦେଶର ଫତେପୁର ସିକ୍ରି ଲୋକସଭା ଆସନରୁ ବିଏସ୍‌ପି ଟିକେଟ୍‌ରେ ନିର୍ବାଚନ ଲଢୁଥିବା ଶ୍ରୀଭଗବାନ ଶର୍ମା ଓରଫ ଗୁଡୁ ପଣ୍ଡିତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସର ଲୋକସଭା ପ୍ରାର୍ଥୀ ରାଜ ବବର ଓ ତାଙ୍କ ସମର୍ଥକମାନଙ୍କୁ ମାରିବାକୁ ଧମକ ଦେଉଛନ୍ତି। ଏହି ଭିଡିଓରେ ସେ ଏହି କଥା କହୁଥିବାର ନଜର ଆସିଛନ୍ତି ଯେ,‘ଶୁଣ ରାଜ ବବରଙ୍କ କୁକୁରମାନେ, ତୁମକୁ ଓ ତୁମର ନେତା ନାଚବାଲା ଙ୍କୁ ଗୋଡ଼େଇ ଗୋଡ଼େଇ ଜୋତାରେ ପିଟିବି , ଯିଏକି ସମାଜରେ ମିଛ ପ୍ରଚାର କରୁଛନ୍ତି। ଯେଉଁଠି ମିଳିବ, ଗଙ୍ଗା ମା’ଙ୍କ ରାଣ,ତୋତେ ଓ ତୋ’ର ଦଲାଲକୁ ଜୋତାରେ ପିଟିବି।’ଭିଡିଓରେ ତାଙ୍କର ବୟାନ୍‌କୁ ନେଇ ସମର୍ଥକମାନେ ଜିନ୍ଦାବାଦ ଧ୍ୱନି ଲଗାଉଛନ୍ତି।ସୂଚନାଯୋଗ୍ୟ ଯେ ଗୁଡୁ ପଣ୍ଡିତ ଏସପି-ବିଏସପି ଓ ଆରଏଲଡି ମେଣ୍ଟର ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି। ତେବେ ଏହି ପ୍ରସଙ୍ଗରେ ଏ ଯାଏଁ ରାଜ୍‌ ବବର ନିଜର ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.