Below header

ଭୁଶୁଡ଼ି ପଡ଼ିଲା ତିନି ମହଲା ହୋଟେଲ, ୧୩ ଯବାନ୍‌ଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଆଶଙ୍କା

ହିମାଚଳ ପ୍ରଦେଶର ସୋଲନ୍‌ ଅନ୍ତର୍ଗତ କୁମାରହଟ୍ଟି ଠାରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ଅତି କମ୍‌ରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏଥିରେ କିଛି ଭାରତୀୟ ଯବାନ୍‌ ମଧ୍ୟ ରହିଛନ୍ତି । ଏହି କୋଠାରେ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ଥିଲେ । ସେଥିମଧ୍ୟରୁ ୩୦ ଜଣ ହେଉଛନ୍ତି ଯବାନ୍‌ । ୧୭ ଜଣ ଆହତ ଯବାନ୍‌ଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅନ୍ୟ ୧୩ ଜଣ ଏବେବି କୋଠା ତଳେ ଦବି ହୋଇ ରହିଛନ୍ତି । ଏହି କୋଠାରେ ଏକ ହୋଟେଲ ଚାଲିଥିଲା । ତେଣୁ କିଛି ହୋଟେଲ କର୍ମଚାରୀ ମଧ୍ୟ ତା ତଳେ ରହି ଯାଇଛନ୍ତି । ସ୍ଥାନୀୟ ପୋଲିସ୍‌ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ସୂଚନା ଅନୁଯାୟୀ, ୫୦ ଜଣ ଯବାନ୍‌ ସେହି ବାଟ ଦେଇ ଯାଉଥିବା ବେଳେ ମଧ୍ୟାହ୍ନ ଭୋଜନ କରିବା ପାଇଁ ହୋଟେଲକୁ ଯାଇଥିଲେ । ସେହି ସମୟରେ ତିନି ମହଲାର ଏଇ ହୋଟେଲଟି ଭୁଶଡ଼ି ପଡ଼ିଥିଲା । ତେବେ କୋଠା ଭୁଶୁଡ଼ିବାର କାରଣ ଜଣାପଡ଼ି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.