ଇଂଲଣ୍ଡ ୨୪୨ ରନ୍‌ କଲେ ପ୍ରଥମଥର ଜିତିବ ବିଶ୍ୱକପ୍‌ ଟ୍ରଫି

ଲଣ୍ଡନ୍‌ : ଲର୍ଡସ ଲଢ଼େଇରେ ଜିତିବ କିଏ ? ଏଇ କଳ୍ପନା ଜଳ୍ପନାରେ ଅଛନ୍ତି କ୍ରିକେଟ୍‌ ପ୍ରେମୀ । ତା ଭିତରେ ଆୟୋଜକ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ଦଳ ଦେଇଛି ୨୪୨ ରନ୍‌ର ବିଜୟ ଲକ୍ଷ୍ୟ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ପୂରା ୫୦ ଓଭର ଖେଳି ୮ ଓ୍ଵିକେଟ୍‌ରେ ୨୪୧ ରନ୍‌ କରିଛି ।
ନିକୋଲ୍‌ସ ଓ ଅଧିନାୟକ ଓ୍ଵିଲିୟମସନ୍‌ ଭଲ ଷ୍ଟାର୍ଟ ଦେଇଥିଲେ ମଧ୍ୟ ପରବର୍ତ୍ତୀ ବ୍ୟାଟ୍‌ସମ୍ୟାନ୍‌ମାନେ ତାକୁ ବଜାୟ ରଖି ପାରିନଥିଲେ । ପ୍ରଥମ ଓ୍ଵିକେଟ୍‌ ୨୯ ରନ୍‌ରେ ପନିଯିବା ପରେ ଏହି ଦୁଇ ଖେଳାଳି ଦ୍ୱିତୀୟ ଓ୍ଵିକେଟ୍‌ରେ ୭୪ ରନ୍‌ ଯୋଡ଼ିଥିଲେ । ହେଲେ ତା ପରେ ଆଉ କେବଳ ଲାଥମ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ୍‌ ଇଂଲଣ୍ଡ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ନିକୋଲ୍‌ସ ୫୫ ଏବଂ ଓ୍ଵିଲିୟମସନ୍‌ ୩୦ ରନ୍‌ କରିଥିବା ବେଳେ ଲାଥମ୍‌ ୫୬ ବଲ୍‌ରେ ୪୭ ରନ୍‌ ସ୍କୋର କରିଥିଲେ ।
ଇଂଲଣ୍ଡ ବୋଲର୍‌ ଓକ୍‌ସ ଓ ପ୍ଲଙ୍କେଟ୍‌ ୩ଟି ଲେଖାଏଁ ଓ୍ଵିକେଟ୍‌ ନେଇ ନ୍ୟୁଜିଲାଣ୍ଡ ବ୍ୟାଟିଂ ଦୁର୍ଗକୁ ଭାଙ୍ଗି ଦେଇଥିଲେ ।

ଫାଇନାଲ୍‌ ମ୍ୟାଚ୍‌ ସ୍କୋର : ନ୍ୟୁଜିଲାଣ୍ଡ-୨୪୧/୮, ୫୦ ଓଭର (ଗପଟିଲ୍‌ ୧୯, ନିକୋଲ୍‌ସ ୫୫, ଓ୍ଵିଲିୟମସନ୍‌ ୩୦, ଟେଲର ୧୫, ଲାଥମ ୪୭, ନିସମ ୧୯, ଗ୍ରାଣ୍ଡହୋମ୍‌ ୧୬ । ଓକ୍‌ସ ୩/୩୭, ପ୍ଲଙ୍କେଟ୍‌ ୩/୪୨) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.