Below header

ଘରେ ଶୋଇଥିବା ବେଳେ ଭୁଶୁଡି ପଡିଲା ନିର୍ମାଣାଧୀନ କୋଠା, ୪ ମୃତ

ଉତ୍ତରପ୍ରଦେଶ ବୁଲନ୍ଦସହରରେ ଭୁଶୁଡିଲା ନିର୍ମାଣଧୀନ କୋଠା । କୋଠା ତଳେ ଶୋଇଥିବା ପରିବାରର ୧୪ ଜଣ ସଦସ୍ୟ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଏବେ ବି ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଅନେକ ଧନଜୀବନ ହାନି ହୋଇଥିବା ବେଳେ ଏବେ ଆଉ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଉତ୍ତରପ୍ରଦେଶ ବୁଲନ୍ଦସହରର ଜନପଦର ନରସେନା ଥାନା ଅନ୍ତର୍ଗତ ଏକ ପୁରୁଣା କୋଠାର ଛାତ ଭୁଶୁଡି ପଡିଛି । ଏହି ଘଟଣାରେ ୫ ପିଲା ସମେତ ୧୪ ଜଣ ଦବି ଯାଇଥିଲେ । ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ମୁତାବକ, ହରଚରଣ ସିଂ ଏକ ଘର କରୁଥିଲେ । ଘରର ଉପର ମହଲାରେ ମଙ୍ଗଳବାର ଦିନ ଲେଣ୍ଟର ଭର୍ତ୍ତି କରାଯାଇଥିଲା ଓ ପରିବାର ସଦସ୍ୟମାନେ ତଳ ମହଲାରେ ଶୋଇ ଯାଇଥିଲେ । ମାତ୍ର ଏହି ସମୟରେ ଲେଣ୍ଟର ଖସିବା ଫଳରେ ପରିବାରର ସମସ୍ତ ସଦସ୍ୟମାନେ ମାଟି ତଳେ ଚାପି ହୋଇ ରହିଯାଇଥିଲେ । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ।

ମଙ୍ଗଳବାର ରାତି ୨.୪୦ ମିନିଟରେ ଘରଟି ଭୁଶୁଡି ପଡିଥିଲା । ଫଳରେ ସମସ୍ତେ ଏହାତଳେ ଚାପି ହୋଇ ରହିଗଲେ । ଗ୍ରାମୀଣ ଏବଂ ରେସକ୍ୟୁ ଟିମ୍‌ ପହଞ୍ଚି ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ୧୪ ଜଣ ଉଦ୍ଧାର ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଘଟଣା ବିଷୟରେ ଜିଲ୍ଲାପାଳ ଚନ୍ଦ୍ର ପ୍ରକାଶ ସିଂ କହିଛନ୍ତି, ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.