Below header

ସୋମାଲିଆରେ ଭୟଙ୍କର କାର ବୋମା ବିସ୍ଫୋରଣ: ୧୦୦ରୁ ଅଧିକ ମୃତ ,୩୦୦ ଆହତ

ନୂଆଦିଲ୍ଲୀ : ସୋମାଲିଆରେ ଭୟଙ୍କର କାର ବୋମା ବିସ୍ଫୋରଣ। ପ୍ରଚଣ୍ଡ ବିସ୍ଫୋରଣରେ ଶହେରୁ ଅଧିକ ନିହତ। ପ୍ରାୟ ୩ଶହ ଆହତ। ରାଜଧାନୀ ମୋଗାଡ଼ିସୁରେ ଶିକ୍ଷା ମନ୍ତ୍ରାଳୟ ଓ ପାଖରେ ଥିବା ଏକ ସ୍କୁଲ ଆଗରେ ଥିବା ୨ଟି କାରରେ ହୋଇଛି ବିସ୍ଫୋରଣ। ପ୍ରଥମ କାରରେ ବିସ୍ଫୋରଣ ହେବା ପରେ ସେଠାକୁ ସୁରକ୍ଷାକର୍ମୀ, ସ୍ଥାନୀୟ ଲୋକ ଆସିଥିବା ବେଳେ ହୋଇଥିଲା ଦ୍ୱିତୀୟ ବିସ୍ଫୋରଣ।

ବିସ୍ଫୋରଣ ପରେ ପୂରା ଅଞ୍ଚଳ କଳା ଧୂଆଁରେ ଆଚ୍ଛାଦିତ ହୋଇଥିଲା। କିଛି ସମୟ ମଧ୍ୟରେ ହୋଇଥିବା ବିସ୍ଫୋରଣରେ ଶହେରୁ ଅଧିକ ନିହତ ହୋଇଥିବା ରାଷ୍ଟ୍ରପତି ହସନ ଶେଖ ମହମ୍ମଦ କହିଛନ୍ତି। ରାଷ୍ଟ୍ରପତି ମହମ୍ମଦ ଘଟଣାସ୍ଥଳ ପରିଦର୍ଶନ କରି ଏହାକୁ କ୍ରୂର ଓ ବର୍ବର ଆକ୍ରମଣ ବୋଲି କହିଛନ୍ତି । ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଅଲ୍‌ ସବାବକୁ ଦାୟୀ କରିଛନ୍ତି ରାଷ୍ଟ୍ରପତି। ଏଥିରେ ମହିଳା ଓ ଶିଶୁ ମାନଙ୍କୁ ଟାର୍ଗେଟ କରାଯାଇଥିଲା। ପ୍ରଥମ ବିସ୍ଫୋରଣରେ ଆହତମାନଙ୍କୁ ଆମ୍ବୁଲାନ୍‌ସରେ ଭର୍ତ୍ତି କରାଯାଇଥିବା ବେଳେ ଦ୍ୱିତୀୟ ବ୍ଲାଷ୍ଟ ହୋଇଥିଲା। ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ବଢିଥିଲା ବୋଲି କୁହାଯାଇଛି। ପରେ ରାଷ୍ଟ୍ରପତି ହସନ ଶେଖ ମହମ୍ମଦ ଡାକ୍ତରଖାନା ପରିଦର୍ଶନ କରି ଆହତଙ୍କୁ ଦେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.