ଭୁଶୁଡ଼ି ପଡିଲା ପୋଲ: ଖସିପଡ଼ିଲା ୨ କାର, ଅଳ୍ପକେ ବର୍ତ୍ତି ଗଲେ ଯାତ୍ରୀ

କଳାହାଣ୍ଡି(କେନ୍ୟୁଜ): କଳାହାଣ୍ଡି ଭବାନୀପାଟଣାରୁ ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଭୁଶୁଡ଼ିଲା ପୋଲ । ଭାଗିରଥୀ ପୋଲ ନିକଟରେ ପୋଲ ହଠାତ ଭୁଶୁଡ଼ିପଡ଼ିଛି । ଏହି ସମୟରେ ପୋଲ ଉପରେ ଯାଉଥିବା ଦୁଇଟି କାର୍‌ ତଳକୁ ଖସିପଡ଼ିଥିଲା । ତେବେ ଅଘଟଣରୁ ଅଳ୍ପକେ କାର୍‌ ଚାଳକ ଓ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ପୋଲ ଭାଙ୍ଗିପଡ଼ିଥିବାରୁ ଭବାନୀପାଟଣାରୁ ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.