ଟି-୨୦ ବିଶ୍ୱକପରେ ପାକିସ୍ତାନର ପ୍ରଥମ ବିଜୟ, ନେଦରଲାଣ୍ଡ ଠାରୁ ୬ ଓ୍ଵିକେଟରେ ଜିତିଲା ପାକିସ୍ତାନ

ଟି-୨୦ ବିଶ୍ୱକପ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ ଏବଂ ପାକିସ୍ତାନ। ପ୍ରଥମେ ନେଦରଲାଣ୍ଡ ବ୍ୟାଟିଂ କରି ୨୦ ଓଭରରେ ୯ ଓ୍ଵିକେଟ ହରାଇ ୯୧ ରନ୍ କରିଥିଲା। ସେହିପରି ଏହାର ଜବାବରେ ପାକିସ୍ତାନ ୧୩.୫ ଓଭରରେ ୪ ଓ୍ଵିକେଟ ହରାଇ ୯୫ ରନ୍ କରି ମ୍ୟାଚ ଜିତିନେଇଛି। ଟି-୨୦ ବିଶ୍ୱକପରେ ପାକିସ୍ତାନ ପ୍ରଥମ ମ୍ୟାଚ୍ ଜିତିଛି।
ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ଵାନ ୪୯ ରନ୍ କରି ଆଉଟ ହୋଇଥିଲେ। ପାକିସ୍ତାନ ପକ୍ଷରୁ ଶାଦବ ଖାନ ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ। ସେହିପରି ମହମ୍ମଦ ଓ୍ଵାସିମ ଜୁନିଅର ୨ଟି ଓ୍ଵିକେଟ, ଶାହିନ ଆଫ୍ରିଦ, ନସିମ ଶାହ, ହରିସ ରଉଫ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି।