ଦାରୁଠେଙ୍ଗରୁ ହଟିଲା ରାସ୍ତାରୋକ, ମୃତକଙ୍କ ପରିବାରକୁ ମିଳିଲା ଚାକିରି ଏବଂ ୫ଲକ୍ଷର କ୍ଷତିପୂରଣ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକ। ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କାର ସହାୟତା ରାଶି ଓ ପରିବାରର ଜଣଙ୍କୁ ଚାକିରି ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ । ଭୁବନେଶ୍ୱର ଦାରୁଠେଙ୍ଗ ଡମ୍ପିୟାର୍ଡ ରାସ୍ତାରେ ଅଳିଆ ବୋଝେଇ ଟ୍ରକ୍‌ ଧକ୍କାରେ ସକାଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରୋକ କରିଥିଲେ ।

ଘଟଣାସ୍ଥଳରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଅଳିଆ ଗାଡ଼ି ବନ୍ଦ କରିଛନ୍ତି ସ୍ଥାନୀୟଲୋକ । ଆଲୋଚନା ନହେବା ଯାଏ ଦାରୁଠେଙ୍ଗକୁ ଅଳିଆ ଗାଡ଼ି ଛାଡ଼ିବେନି ବୋଲି ଚେତାବନୀ ଦେଇଛନ୍ତି । ଦୁଇ ମାସ ତଳେ ଅଳିଆ ବୋଝେଇ ଟ୍ରକ୍‌ ଧକ୍କାରେ ଜଣଙ୍କ ଜୀବନ ଯାଇଥିଲା । ପୁଣି ଥରେ ଦୁର୍ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.