Below header

ସର୍ଟ ଫର୍ମାଟରେ ହୋଇପାରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, ଜୁନ ୧ରେ ନିଆଯିବ ନିଷ୍ପତ୍ତି

ସର୍ଟ ଫର୍ମାଟରେ ହୋଇପାରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା |  କେନ୍ଦ୍ର ସରକାର ମଧ୍ୟ ଏହାର ସପକ୍ଷରେ ଅଛନ୍ତି । ଜୁନ ୧ରେ ପରୀକ୍ଷା ତାରିଖ ଘୋଷଣା କରାଯିବାର ସମ୍ଭାବନା ରହିଛି । କରୋନା ସଂକ୍ରମଣ ଯୋଗୁ ସ୍ଥଗିତ ଥିବା ସିବିଏସଇ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ପରୀକ୍ଷା ନେଇ କେନ୍ଦ୍ର ସରକାର ଦୁଇଟି ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ରର ପ୍ରଥମ ପ୍ରସ୍ତାବ ଅନୁଯାୟୀ, ତିନି ମାସ ମଧ୍ୟରେ ପରୀକ୍ଷା ଆୟୋଜନ କରାଯାଇପାରେ ।

ଯେଉଁଥିରେ ଗୋଟିଏ ମାସ ପ୍ରାକ୍‌ ପରୀକ୍ଷା କାର୍ଯ୍ୟକ୍ରମ ଏବଂ  ପରୀକ୍ଷା ଓ ରେଜଲ୍ଟ ଘୋଷଣା ପାଇଁ ଦୁଇ ମାସ ସମୟ ରଖାଯାଇଛି । କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ଆଉ ୩୦ ଦିନ ସମୟ ରହିବ । କେବଳ ପ୍ରମୁଖ ବିଷୟରେ ପରୀକ୍ଷା ହେବ ।  ଏଥିରେ ରଖିଥିବା ମାର୍କକୁ ଆଧାର କରି ଅନ୍ୟ ବିଷୟଗୁଡ଼ିକରେ ନମ୍ବର ମିଳିବ । ସେହିପରି ଦ୍ୱିତୀୟ ପ୍ରସ୍ତାବ ଅନୁଯାୟୀ ୧୯ଟି ପ୍ରମୁଖ ବିଷୟରେ ପରୀକ୍ଷା ପାଇଁ ୯୦ ମିନିଟ ଲେଖାଏ ସମୟ ରହିବ । ଛାତ୍ରଛାତ୍ରୀମାନେ କେବଳ ଗୋଟିଏ ଭାଷା ବିଷୟ ଓ ତିନୋଟି ଇଚ୍ଛାଧୀନ ବିଷୟରେ ପରୀକ୍ଷା ଦେବେ । ଏହି ବିଷୟଗୁଡ଼ିକରେ ପାରଦର୍ଶିତାକୁ ଦେଖି ପଞ୍ଚମ ଓ ଷଷ୍ଠ ବିଷୟର ମାର୍କ ମୂଲ୍ୟାୟନ କରାଯିବ ।

ଏ ସଂପର୍କରେ ବିଭିନ୍ନ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଛନ୍ତି । ଆଲୋଚନା ସକାରାତ୍ମକ ରହିଛି । ମେ ୨୫ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସେମାନଙ୍କ ମତାମତ ଲିଖିତ ଆକାରରେ ସରକାରଙ୍କୁ ଜଣାଇବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି । ବାତ୍ୟା ଟଳିବା ପରେ କେନ୍ଦ୍ରର ଦୁଇ ପ୍ରସ୍ତାବ ଉପରେ ତର୍ଜମା କରି ରାଜ୍ୟର ମତ ଜଣାଇବୁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.