ବାଂଶପାଳରେ ଆତଙ୍କ, ପୃଥକ ପୃଥକ ଜାଗାରେ ଦୁଇ ଯୁବକଙ୍କୁ ଲହୁଲୁହାଣ କଲା ଜଙ୍ଗଲୀ ଭାଲୁ

ବାଂଶପାଳ(କେ ନ୍ୟୁଜ): କେଉଁଝର ଜିଲ୍ଲା ବନାଞ୍ଚଳ ଅଧିନ ବାଂଶପାଳ ବ୍ଲକ ଟଣ ପଞ୍ଚାୟତରେ ରବିବାର ଜଙ୍ଗଲି ଭାଲୁ ଆତଙ୍କ ଖେଳିଯାଇଛି। ପୃଥକ ଭାଲୁ ଆକ୍ରମଣ ଘଟଣା ରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମ ଘଟଣା ରେ ଗୁରୁତର ଯୁବକ ହେଲେ ଟଣ ଗ୍ରାମ ର ଧନିଆ ଦେହୁରୀଙ୍କ ପୁଅ ସନାତନ ଦେହୁରୀ (୨୨) ବୋଲି ଜଣାଯାଇଛି । ରବିବାର ଦିନ ୧୧ଟା ବେଳକୁ ସନାତନ ଗ୍ରାମ ନିକଟ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଭାଲୁ ସହିତ ମୁହାଁମୁହିଁ ହୋଇଯାଇଥିଲେ । ତାଙ୍କୁ ଭାଲୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା ।ଫଳରେ ତାଙ୍କ ପେଟ ଛାତି ଓ ହାତ ରେ ଗଭୀର କ୍ଷତ ହୋଇଛି । ସନାତନ ଙ୍କ ଚିତ୍କାର ଶୁଣି ଗାଁ ଲୋକେ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ସେହିପରି ଦ୍ବିତୀୟ ଘଟଣା ଦୁଇ ଘଣ୍ଟା ମଧ୍ୟରେ ପୂର୍ବ ଘଟଣାସ୍ଥଳ ଠାରୁ ଜଙ୍ଗଲ ରାସ୍ତା ରେ ପ୍ରାୟ ଛଅ କିଲୋମିଟର ଦୂର ସେହି ଟଣ ପଞ୍ଚାୟତ ର ତଳଇରିଡା ଗ୍ରାମ ରେ ଘଟିଛି। ଗ୍ରାମ ର ଆମ୍ବ ତୋଟା ରେ ସିଦ୍ଧି ପ୍ରଧାନ ଙ୍କ ପୁଅ ଶିରିଆ ପ୍ରଧାନ(୧୭) ଙ୍କୁ ଜଙ୍ଗଲି ଭାଲୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଛି। ଯୁବକ ଙ୍କ ପାଟି ଶୁଣି ଗ୍ରାମବାସୀ ତାଙ୍କୁ ଭାଲୁ ମୁହଁ ରୁ ଉଦ୍ଧାର କରି ଏକ ଅଟୋ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି।ଯୁବକଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟ ଆକ୍ରମଣ ରେ ଭିନ୍ନ ଭିନ୍ନ ଭାଲୁ ନା ଗୋଟିଏ ଭାଲୁ ତାହା ଜଣାପଡିନାହିଁ। ଏ ବିଷୟରେ ବିଜେପି ବନାଞ୍ଚଳ ଅଧିକାରୀ ମାନସ ମୁର୍ମୁ ଙ୍କୁ ପଚାରିବାରୁ ସେ ସୂଚନା ପାଇବା ପରେ ତରମାକାନ୍ତ ର ବନ କର୍ମଚାରୀ ଙ୍କୁ ଘଟଣାସ୍ଥଳକୁ ପଠାଇଥିବା ସୂଚନା ଦେଇଛନ୍ତି।

Leave A Reply

Your email address will not be published.