ବୋରିଗୁମ୍ମା ସରପଞ୍ଚ କଲେ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ, ସଂକ୍ରମଣ ରୋକିବାକୁ ତିନିଦିନ ପାଇଁ ସଟଡାଉନ ଘୋଷଣା

ଜୟପୁର (କେନ୍ୟୁଜ୍‌) : ସମଗ୍ର ଦେଶ ଘାତକ କରୋନା ଭାଇରସ୍‌ କବଳରେ ଆଉଟୁ ପାଉଟୁ ହେଉଛି । ଏହି ଚେନ ଭାଙ୍ଗିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । କେତେବେଳେ ଲକଡାଉନ ତ କେତେବେଳେ ସଟଡାଉନ କରାଯାଉଛି। ତେବେ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ରୋକିବା ପାଇଁ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ବୋରିଗୁମ୍ମା ପଞ୍ଚାୟତକୁ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏଠାରେ ଆଜିକୁ ୩୦୦ରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାକୁ ଦୃଷ୍ଟିରେ ରଖି ବୋରିଗୁମ୍ମା ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ବୋରିଗୁମ୍ମା ପଞ୍ଚାୟତକୁ ତିନିଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି।
ଆସନ୍ତା ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ବୋରିଗୁମ୍ମା ପଞ୍ଚାୟତ ସମ୍ପୂର୍ଣ୍ଣ ସଟଡାଉନ ରହିବ। ଏ ନେଇ ଡାକବାଜି ଯନ୍ତ୍ର ଦ୍ୱାରା ପଞ୍ଚାୟତବାସୀଙ୍କୁ ସୂଚନା ଦିଆଯାଇଛି ।

 

 

 

Leave A Reply

Your email address will not be published.