ମାଉଣ୍ଟ ଏଭେରେଷ୍ଟକୁ ଛୁଇଁଲା କରୋନା ଭାଇରସ, ୧୦୦ରୁ ଅଧିକ ପର୍ବତାରୋହୀ ମିଳିଲେ ସଂକ୍ରମିତ !

କରୋନା ଭାଇରସ ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭେରେଷ୍ଟ ପର୍ଯ୍ୟନ୍ତ ବି ପହଞ୍ଚି ଯାଇଛି। ପର୍ବତାରୋହଣ ସହ ଜଡ଼ିତ ଜଣେ ଏକ୍ସପର୍ଟଙ୍କ ମୁତାବକ, ଅତି କମରେ ୧୦୦ ଜଣ ପର୍ବତାରୋହୀ ଏବଂ ସହଯୋଗୀକର୍ମୀ କୋଭିଡ ସଂକ୍ରମିତ ମିଳିଛନ୍ତି। ଯଦିଓ ନେପାଳର ଅଧିକାରୀମାନେ ଏହାକୁ ଅସ୍ୱୀକାର କରିଛନ୍ତି।

ଅଷ୍ଟ୍ରିଆର ଲୁକାସ ଫର୍ଟନବାକ କରୋନା ଡରରେ ଗତ ସପ୍ତାହରେ ନିଜ ଏଭେରେଷ୍ଟ ଅଭିଯାନକୁ ରୋକିବାର ଏକମାତ୍ର ପ୍ରମୁଖ ପର୍ବତାରୋହୀ ଥିଲେ। ସେ କହିଛନ୍ତି କି, ତାଙ୍କ ବିଦେଶୀ ଗାଇଡ ଏବଂ ୬ ନେପାଳି ଶେରପା ଗାଇଡଙ୍କ ଟେଷ୍ଟ ପଜିଟିଭ ଆସିଛି। ଫର୍ଟନବାକ ନେପାଳ ରାଜଧାନୀ କାଠମାଣ୍ଡୁରେ କହିଛନ୍ତି, ‘ଆମେ ସମସ୍ତ ମାମଲା ବିଷୟରେ ଜାଣିଛୁ। ଉଦ୍ଧାରକାରୀ ଦଳ, ବୀମା କମ୍ପାନୀ, ଡାକ୍ତର ଏବଂ ପର୍ବତାରୋହଣ ସହ ଜଡ଼ିତ ଲୋକଙ୍କଠାରେ ଏହି ଭାଇରସ ମିଳିଛି। ମୋ ପାଖରେ ପଜିଟିଭ ମାମଲାର ତାଲିକା ଅଛି। ଆମେ ଏହାକୁ ପ୍ରମାଣିତ କରିପାରିବା’।

ସେ ଆହୁରି କହିଥିଲେ ଯେ ‘ଆମ ପାଖରେ ଅତି କମରେ ଏମିତି ୧୦୦ ଲୋକଙ୍କର ତାଲିକା ଅଛି, ଯେଉଁମାନଙ୍କୁ ଆଧାର ଶିବିରରେ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି। ଏହି ସଂଖ୍ୟା ୧୫୦ କିମ୍ବା ୨୦୦ ହୋଇପାରେ। ଏଭେରେଷ୍ଟ ଆଧାର ଶିବିରରେ ଏମିତି ଅନେକ ମାମଲା ଥିଲା, ଯେଉଁଠି ଲୋକେ ଅସୁସ୍ଥ ଥିବା ସେ ନିଜେ ଦେଖିଥିଲେ ଏବଂ ନିଜ ତମ୍ବୁ ଭିତରେ କାଶୁଥିବାର ଶୁଣିଥିଲେ’।

କିନ୍ତୁ ସେପଟେ ନେପାଳର ପର୍ବତାରୋହଣ ବିଭାଗ ସହ ଜଡ଼ିତ ଅଧିକାରୀମାନେ ଆଧାର ଶିବିରରେ ପର୍ବତାରୋହୀ ଏବଂ ସହଯୋଗୀକର୍ମୀଙ୍କଠାରେ କୌଣସି ଆକ୍ଟିଭ ମାମଲା ଥିବା କଥାକୁ ଖଣ୍ଡନ କରିଛନ୍ତି। ସୂଚନାଥାଉ କି, ମହାମାରୀ ଯୋଗୁ ଗତବର୍ଷ ପର୍ବତାରୋହଣ ଉପରେ ରୋକ ଲଗାଯାଇଥିଲା।

Leave A Reply

Your email address will not be published.