Below header

ସୋ’ରେ ଅମିତ କୁମାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅନୁରାଧା ପୌଡୱାଲଙ୍କ ଆସିଲା ଏମିତି ଜବାବ

ସିଙ୍ଗିଙ୍ଗ ରିଆଲିଟି ସୋ Indian-idol-12 ଏବେ କିଛିଦିନ ହେବ ବିବାଦକୁ ନେଇ ଚର୍ଚ୍ଚାରେ ରହୁଛି । କିଛି ଦିନ ପୂର୍ବେ  କିଶୋର କୁମାରଙ୍କ ପୁଅ  ଅମିତ କୁମାର  ଏହି ରିଆଲିଟି ସୋକୁ ଆସିଥିଲେ । ଏହାପରେ ସେ ଏହି ସୋ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେବା ସହ କିଶୋର କୁମାରଙ୍କ ଗୀତକୁ ଖରାପ ଢ଼ଙ୍ଗରେ ଗାଇବାର କଥା ମିଡିଆ ଆଗରେ ରଖିଥିଲେ ।

ବିବାଦୀୟ ମନ୍ତବ୍ୟ ପରେ ସୋ’ର ଆଙ୍କର ଆଦିତ୍ୟ ନାରାୟାଣଙ୍କ ଠୁ ଆରମ୍ଭ କରି ସୋ’ର ଜର୍ଜମାନଙ୍କୁ ଏହି ବିବାଦରେ ଅନ୍ତର୍ଭୁକ୍ତ କରାଯାଇଛି । ରିସେଣ୍ଟ ଏପିସୋଡରେ କୁମାର ସାନୁଙ୍କ ସହ ଅନୁରାଧା ପୌଡୱାଲ ଗେଷ୍ଟ ହିସାବରେ ଆସିଥିଲେ । ଅମିତ କୁମାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅନୁରାଧା ପୌଡୱାଲ ଏକ ଚ୍ୟାନେଲରେ କହିଥିଲେ ଯେ, ‘ଏହି ବିବାଦକକୁ ନେଇ ସେ ଖୁବ ଆଶ୍ଚର୍ଯ୍ୟ । କାରଣ କଣ୍ଟେଷ୍ଟାଣ୍ଟ ବହୁତ ଟ୍ୟାଲେଣ୍ଟେଡ  ସହ ସୁନ୍ଦର ଭାବେ ଗୀତ ପରିବେଷଣ କରୁଛନ୍ତି । ତେଣୁ ଏହାକୁ ନେଇ ବିବାଦ ହେବା ଅନୁଚିତ ‘।

କିଛିଦିନ ପୂର୍ବରୁ ଅମିତ କୁମାର କଣ୍ଟେଷ୍ଟାଣ୍ଟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । କିଶୋର କୁମାରଙ୍କ ଗୀତକୁ ଖରାପ ଢ଼ଙ୍ଗରେ ଗାଇବାର ଆରୋପ ମଧ୍ୟ ଲଗାଇଥିଲେ । କିନ୍ତୁ ସେ ସୋ’ରେ ଥିବା ସମୟରେ ଏଭଳି ରିଆକ୍ସନ ଦେଇନଥିଲେ । ବରଂ ସୋ’ରୁ ଗଲା ପରେ ଏକ ନ୍ୟୁଜ ଇଣ୍ଟରଭ୍ୟୁରେ ଏମିତି ବିବାଦୀୟ ମନ୍ତବ୍ୟକୁ ନେଇ ସାମ୍ନାକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.