Below header

ସାଧୁ ପିନ୍ଧିଲେ ତୁଳସୀ ଓ ନିମ୍ବ ପତ୍ରର ମାସ୍କ, ଲୋକଙ୍କୁ ବି ଜଣାଇଲେ ଏହାର ଫାଇଦା

କରୋନା ସଂକ୍ରମଣରେ ଜୁଝି ହେଉଥିବା ସାରା ବିଶ୍ୱରେ ଯୋଗାଡ଼ର କୌଣସି ଅଭାବ ନାହିଁ। ମଣିଷ କିଛି ନା କିଛି ଯୋଗାଡ଼ କରି କାମ ଚଳେଇ ଦେଉଛି। ଏପରିକି, ନୂଆ ନୂଆ ତରିକାରେ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଚେଷ୍ଟା ଚଳେଇଛି। ଏହାରି ଭିତରେ ଜଣେ ସାଧୁବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯେଉଁଥିରେ ସେ ହର୍ବାଲ ମାସ୍କ ପିନ୍ଧିଥିବା ନଜର ଆସୁଛନ୍ତି।

ଟ୍ୱିଟରରେ ଏହି ଭିଡ଼ିଓକୁ ଆଇପିଏସ ଅଫିସର ରୂପିନ ଶର୍ମା ସେୟାର କରିଛନ୍ତି। ଭିଡିଓଟିକୁ ଉତ୍ତର ପ୍ରଦେଶର ସୀତାପୁର ବସଷ୍ଟାଣ୍ଡରେ ରେକର୍ଡ କରାଯାଇଛି। ଏଥିରେ ସାଧୁବାବା ଜଣକ ଯେଉଁ ହର୍ବାଲ ମାସ୍କ ପିନ୍ଧିଛନ୍ତି, ତାହା ନିମ୍ବ ଏବଂ ତୁଳସୀ ପତ୍ରରେ ତିଆରି ହୋଇଥିବା ଦେଖିବାକୁ ମିଳିଛି।

ଭିଡ଼ିଓରେ ସାଧୁବାବା ମଧ୍ୟ ମାସ୍କର ଫାଇଦା ବିଷୟରେ କହୁଛନ୍ତି। ତାଙ୍କ କହିବା ହେଲା, ତୁଳସୀ ଏବଂ ନିମ୍ବରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହାକି ତାଙ୍କୁ କରୋନା ଭାଇରସଠୁ ନିଶ୍ଚୟ ରକ୍ଷା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.