Below header

ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା କେନ୍ଦ୍ର, ସନ୍ତୋଷଜନକ ଉତ୍ତର ନ ମିଳିଲେ ବର୍ଷେ ପାଇଁ ଯାଇପାରନ୍ତି ଜେଲ

ନୂଆଦିଲ୍ଲୀ(କେ ନ୍ୟୁଜ): ବଢୁଛି ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ୍‌ ବନ୍ଦୋପାଧ୍ୟାୟଙ୍କ ପାଇଁ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଡୁଆ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକରେ ସେ କାହିଁକି ଯୋଗଦେଲେନି, ତା’ର ଉତ୍ତର ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ନ ହେଲେ ଅପରାଧିକ ଆଇନ ଅନୁଯାୟୀ ଏତଲା ରୁଜୁ କରାଯାଇପାରେ ବୋଲି ନୋଟିସରେ ଦର୍ଶାଯାଇଛି । ଏକ ବର୍ଷ ଜେଲ ଦଣ୍ଡର ନିୟମ ମଧ୍ୟ ରହିଛି । ତାଙ୍କୁ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୫୧(ବି) ଅଧୀନରେ ଏହି ନୋଟିିସ ଜାରି କରାଯାଇଛି । ତାଙ୍କ ବିରୋଧରେ କାହିଁକି ଏହି ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେନେଇ ତିନି ଦିନ ଭିତରେ ଜବାବ ଦେବାକୁ କୁହାଯାଇଛି ।

ସେ ଏହାର ଜବାବ ନଦେଲେ କିମ୍ବା ଜବାବରେ କେନ୍ଦ୍ର ସରକାର ସନ୍ତୁଷ୍ଟ ନହେଲେ, ତାଙ୍କ ବିରୋଧରେ ଏହି ଧାରା ଅନୁଯାୟୀ ଅପରାଧିକ ମାମଲା ଦାୟର କରାଯାଇପାରେ । ପ୍ରଧାନମନ୍ତ୍ରୀ କନଫରେନ୍ସ ହଲରେ ୧୫ ମିନିଟ ଅପେକ୍ଷା କରିଥିଲେ । ତା’ ପରେ ମୁଖ୍ୟ ସଚିବଙ୍କୁ ଏକ କଲ କରାଯାଇଥିଲା । ସେମାନେ ସମ୍ମିଳନୀ କକ୍ଷରେ ଯୋଗ ଦେବାକୁ ଚାହୁଁଛନ୍ତି କି ନାହିଁ, ପଚରା ଯାଇଥିଲା । ଏହାପରେ ସେ ସେଠାକୁ ଯାଇଥିଲେ, ତୁରନ୍ତ ସେଠାରୁ ଚାଲିଆସିଥିବା ନୋଟିସରେ ଲେଖାଯାଇଛି । ତେବେ ବଡ଼ କଥା ହେଉଛି,ମୋଦୀ ଓ ଦିଦିଙ୍କ ମଧ୍ୟରେ ପଲିଟିକାଲ କ୍ରସଫାୟାରରେ ଧରାପଡିଛନ୍ତି କି ? ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନ ଆସିଲେ ମଧ୍ୟ ସେ ସମ୍ମିଳନୀ କକ୍ଷକୁ ଆସିପାରିବେ କି ? ଏଥିରୁ ଅମଲାତନ୍ତ୍ର ପାଇଁ କ’ଣ ବାର୍ତ୍ତା ଯାଉଛି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.