Below header

ଆଗାମୀ ୧୫ଦିନ ମଧ୍ୟରେ ରାଜ୍ୟରେ କୋଭିଡ଼ ଅନାଥ ଶିଶୁଙ୍କ ଚିହ୍ନଟ କରାଯିବ, ମଧୁବାବୁ ପେନ୍‌ସନ ଯୋଜନାରେ ଯୋଡ଼ାଯିବ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କୋଭିଡ ଅନାଥ ଶିଶୁଙ୍କ ଚିହ୍ନଟ କରାଯିବ। କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ତଥ୍ୟ ବ୍ଲକ ସ୍ତରରେ ରହିଛି। ଅନାଥ ଶିଶୁଙ୍କ ଚିହ୍ନଟ ପାଇଁ ସାମାଜିକ ସୁରକ୍ଷା ବିଭାଗ ଜିଲ୍ଲାପାଳ ଓ ଜିଲ୍ଲା ସାମାଜିକ ସୁରଭା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଆଗାମୀ ୧୫ଦିନ ମଧ୍ୟରେ କୋଭିଡ ଅନାଥଙ୍କ ଚିହ୍ନଟ କରାଯିବ। ସ୍ଥାନୀୟ ତହସିଲଦାର ଏହାର ରିପୋର୍ଟ ପ୍ରଦାନ କରିବେ। ଅନାଥ ଶିଶୁଙ୍କର ଆୟର ସୀମା ନାହିଁ।

ସେମାନଙ୍କ ସହାୟତା ପାଇଁ ମଧୁବାବୁ ପେନ୍‌ସନ ଯୋଜନାରେ ଆଉ ଏକ ସେକ୍‌ସନ ଯୋଡ଼ାଯିବ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ନୂଆ ସେକ୍‌ସନ MBPY-Covid ହେବ। ଏଥିରେ ଅନାଥ ଶିଶୁ ମାସିକ ୫ଶହ ଟଙ୍କା ସହାୟତା ପାଇବେ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.