ଗ୍ରାହକଙ୍କ ପାଇଁ ଖୁସି ଖବର! Jio ପୁଣି ଆରମ୍ଭ କଲା ୯୮ ଟଙ୍କିଆ ପ୍ଲାନ, ପ୍ରତିଦିନ ମିଳିବ ଏତେ ଡାଟା

ଦେଶରେ ଅଧିକ ଜିଓ ୟୁଜର ଅଛନ୍ତି। ଏମିତିରେ କମ୍ପାନୀ ଅନେକ ମନଲୋଭା ପ୍ଲାନ୍ସ ନେଇ ଆସିଥାଏ, ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ। ନିକଟରେ ଜିଓ ନିଜ ୟୁଜର୍ସଙ୍କ ପାଇଁ ୯୮ ଟଙ୍କାର ପ୍ରିପେଡ ରିଚାର୍ଜ ପ୍ଲାନ ପୁଣିଥରେ ଆରମ୍ଭ କରି ଦେଇଛି। ଏହି ପ୍ଲାନକୁ ୧ ବର୍ଷରୁ ଊର୍ଦ୍ଧ୍ଵ ସମୟ ପରେ ଦ୍ଵିତୀୟ ଥର ପାଇଁ ଆରମ୍ଭ କରାଯାଇଛି। କିନ୍ତୁ ପୂର୍ବ ତୁଳନାରେ ଏଥିରେ ଭ୍ୟାଲିଡିଟି କମ ରହିଛି।

ପୂର୍ବରୁ ଏହି ପ୍ଲାନରେ ୨୮ ଦିନର ଭ୍ୟାଲିଡିଟି ମିଳୁଥିଲା। କିନ୍ତୁ ଏବେ ଏହାକୁ କମାଇ ୧୪ ଦିନ କରି ଦିଆଯାଇଛି। ୯୮ ଟଙ୍କିଆ ପ୍ଲାନରେ ପ୍ରତିଦିନ 1.5GB ଡାଟା ମିଳିବ। ୧୪ ଦିନ ଭ୍ୟାଲିଡିଟି ସମୟରେ ଗ୍ରାହକମାନଙ୍କୁ ମୋଟ 21GB ଡାଟା ଅଫର କରାଯିବ। ଏହା ଜିଓର ସବୁଠାରୁ ଶସ୍ତା ଅଲ ଇନ ୱାନ ପ୍ଲାନ ବି ହେବ। ଏହାଛଡ଼ା 4G ଡାଟା ସହିତ ଅନଲିମିଟେଡ କଲିଂ ବି ମିଳିବ।

ଡାଟାର ଡେଲି ଲିମିଟ ସରିଯିବା ପରେ ମଧ୍ୟ ଗ୍ରାହକମାନଙ୍କୁ ଇଣ୍ଟରନେଟର ଆକ୍ସେସ ମିଳି ଚାଲିଥିବ। ଯଦିଓ ସ୍ପୀଡ ହ୍ରାସ ପାଇ 64Kbps ହୋଇଯିବ। ଏଥି ସହିତ ଗ୍ରାହକଙ୍କୁ ଏହି ପ୍ଲାନରେ ଅନଲିମିଟେଡ କଲସ, JioTV, JioCinema ଏବଂ JioNews ଭଳି ଆପ୍ସର ଫ୍ରୀ ଆକ୍ସେସ ମଧ୍ୟ ମିଳିବ। କିନ୍ତୁ ଏହି ପ୍ଲାନ ସହିତ କମ୍ପାନୀ SMS ଅଫର କରୁନାହିଁ।

ନୂଆ ୯୮ ଟଙ୍କିଆ ପ୍ଲାନକୁ ଗ୍ରାହକ ଜିଓର ଅଫିସିଆଲ ୱେବସାଇଟ ଏବଂ ମାଇଁଜିଓ ଆପ ଜରିଆରେ କିଣିପାରିବେ। ଏଥି ସହିତ ଗୁଗଲ ପ୍ଲେ, ଫୋନ ପେ ଏବଂ Paytm ଭଳି ଥାର୍ଡ ପାର୍ଟି ଆପ୍ସ ଜରିଆରେ ମଧ୍ୟ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.