Below header

ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଦୁଇ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ

ଟାଙ୍ଗୀ(କେ ନ୍ୟୁଜ):  ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରଲ ଘଟଣାରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ । ଏ ସମ୍ପର୍କରେ ଆଜି ମଧ୍ୟାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଥାଉକି, ଗତ ଜୁନ ମାସ ୨୯ ତାରିଖରେ ଟାଙ୍ଗୀ ଥାନାରେ ପୀଡିତାଙ୍କ ମା’ ତାଙ୍କ ଝିଅର ଅଶ୍ଳୀଳ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଟାଙ୍ଗୀ ପୋଲିସ ଘଟଣାକୁ ଅତି ଗୁରୁତର ସହ ନେଇ ଆଇଟି ଆକ୍ଟ ଧାରା ୬୬(ସି), ୬୬(ଇ), ୬୭ରେ କେଶ ନମ୍ବର ୧୬୮/୨୧ ଅନୁଯାୟୀ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଅଭିଯୁକ୍ତକୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଅଭିଯୁକ୍ତର ଗତି ବିଧି ଉପରେ ନଜର ରଖିଥିଲେ ।

tangi police

ଗତକାଲି ପୋଲିସ ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ଖୋରଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳର ଶକ୍ତି ପ୍ରସାଦ ପାତ୍ର ଏବଂ ସହଯୋଗୀ ଯୁବକ ହେଲେ କାହ୍ନା ସ୍ୱାଇଁ। ଉଭୟଙ୍କୁ ଆଜି ଟାଙ୍ଗୀ ପୋଲିସ କୋର୍ଟ ଚାଲାଣ କରିଛି। ଏହା ସହ ଉକ୍ତ ଘଟଣାରେ ଅନ୍ୟ କେଉଁ କେଉଁ ମାନଙ୍କର ସମ୍ପୃକ୍ତ ଅଛନ୍ତି । ସେ ସମ୍ପର୍କରେ ପୋଲିସ ଅନୁସନ୍ଧାନ ଜାରି ରଖିଛି ବୋଲି ଏସଡ଼ିପିଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓଙ୍କ ସମେତ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.