Below header

ଲକଡାଉନରେ ବଢୁଛି ମଦମାଫିଆଙ୍କ ପ୍ରାଦୁର୍ଭାବ, କରଞ୍ଜିଆ ରରୁଆଁରୁ ୧୮ ଲିଟର ବିଦେଶୀ ମଦ ସହ ଦୁଇ ମାଫିଆ ଗିରଫ

କରଞ୍ଜିଆ(କେନ୍ୟୁଜ୍): ମଦମାଫିଆଙ୍କ ନିଶା ସାମ୍ରାଜ୍ୟ ବିସ୍ତାର ପାଇଁ ଲକଡାଉନ ଆଣିଦେଇଛି ସୁଯୋଗ। ସୁହାଉଛି ରାସ୍ତାର ନିର୍ଜନତା। କାରବାର ବଢ଼ିବା ସହିତ ବଢୁଛି ମଦମାଫିଆଙ୍କ ପ୍ରାଦୁର୍ଭାବ । ଏମିତି କିଛି ଦେଖିବାକୁ ମିଳିଛି ରରୁଆଁ ଥାନା ଅଞ୍ଚଳରେ ।  ପଡୋଶୀ ଝାଡଖଣ୍ଡ ରାଜ୍ୟର ଦୁଇଯୁବକ ଏକ ବାଇକରେ ବିଦେଶୀମଦ ନେଇ ଓଡିଶାରେ ବିକ୍ରି ପାଇଁ ଆସିଥିଲେ ।

ରରୁଆଁ ପୋଲିସ ପେଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବରପାଇ ଦୁଇ ଯୁବକଙ୍କୁ କାବୁ କରିନେଇ ସେମାନଙ୍କ ନିକଟରୁ ୧୮ ଲିଟର ବିଦେଶୀ ମଦ ସହିତ ଵାଇକ ଜବତ କରିଛି ରରୁଆଁ  ପୋଲିସ । ଏନେଇ ଏକ ମାମଲା ରୁଜୁ କରି ମଦ କାରବାରରେ ସଂପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରିବା ସହିତ ମଦ  କେଉଁଠି  ଏବଂ କାହାକୁ ଯୋଗାଇବାକୁ ଆସୁଥିଲେ ସେନେଇ ଅଧିକ ତଦନ୍ତ କରୁଛି ରରୁଆଁ ଥାନା ପୋଲିସ। ତେବେ ଗିରଫ ଯୁବକ ଦୁଇଜଣ  ଝାଡଖଣ୍ଡ ରାଜ୍ୟର ବୋଲି ରରୁଆଁ ଥାନା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.