ମଇଦା ନୁହେଁ ଅଟାରେ ବନାନ୍ତୁ ମୋମୋ, ମିନିଟରେ ହେବ ପ୍ରସ୍ତୁତ

ମୋମୋ ସମସ୍ତଙ୍କୁ ପସନ୍ଦ। କିନ୍ତୁ ମଇଦାରେ ହେବା କାରଣରୁ ଅନେକ ଏହାକୁ ଖାଇବାକୁ ମନ ବଳାନ୍ତି ନାହିଁ। ବଜାରରେ ମିଳୁଥିବା ମଇଦା ମୋମୋ ଖାଇବାକୁ ଚାହୁଁନାହାଁନ୍ତି ତ ଆପଣ ନିଜ ଘରେ ଅଟା ମୋମୋ ବି ବନାଇ ଖାଇପାରିବେ। ଏହି ମୋମୋ ମିନିଟରେ ପ୍ରସ୍ତୁତ ହୋଇଯାଏ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଅଟା, ଲୁଣ, ପନୀର, ତେଲ, ସିମଲା ଲଙ୍କା, ଗାଜର, କଞ୍ଚା ଲଙ୍କା, ଅଦା, ଗୋଲମରୀଚ।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପାତ୍ରରେ ଅଟା ଏବଂ ଲୁଣ ପକାଇ ଭଲଭାବେ ଚକଟି ଦିଅନ୍ତୁ। ଏହାପରେ ଏଥିରେ ତେଲ ଲଗାଇ ଅଟାକୁ ପୁଣି ଥରେ ଚକଟି ଦିଅନ୍ତୁ। ଏହାପରେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ରଖିଦିଅନ୍ତୁ। ସବୁ ପରିବାକୁ କାଟି ଦିଅନ୍ତୁ ଏବଂ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ସ୍ଟଫିଙ୍ଗ ପାଇଁ ଏକ ପ୍ୟାନ୍‌ ନିଅନ୍ତୁ। ସେଥିରେ ତେଲ ଗରମ କରିଦିଅନ୍ତୁ। ତେଲ ଗରମ ହେବା ପରେ ସମସ୍ତ ପରିବା ଏବଂ ମସଲା ପକାଇ ୩ ରୁ ୪ ମିନିଟ୍‌ ପର୍ଯ୍ୟନ୍ତ ହାଇ ଫ୍ଲେମରେ ଭାଜି ଦିଅନ୍ତୁ। ଏହାପରେ ଏଥିରେ ପନୀର ପକାଇ ଦିଅନ୍ତୁ। ପନୀର ପକାଇବାର ଗୋଟେ ମିନିଟ୍‌ ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ମିଶ୍ରଣକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।

ଏବେ ଏହାକୁ ନିଜ ପସନ୍ଦର ସେପ ଦେଇ ସେଥିରେ ଷ୍ଟଫିଙ୍ଗ୍‌ ପାଇଁ ରଖିଥିବା ପୂରକୁ ଭରି ପ୍ରସ୍ତୁତ କରନ୍ତୁ। ଯଦି ଆପଣଙ୍କ ପାଖରେ ଇଡଲି ଛାଞ୍ଚ ଅଛି ତାହେଲେ ପାଣି ଦେଇ ପାଣିକୁ ଫୁଟିବା ପାଇଁ ଛାଡନ୍ତୁ। ଇଡଲି ଛାଞ୍ଚର ଷ୍ଟାଣ୍ଡରେ ତେଲ ଲଗାଇ ପ୍ରସ୍ତୁତ କରି ରଖିଥିବା ମୋମୋକୁ ଆଞ୍ଚରେ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ହେବା ପାଇଁ ଛାଡନ୍ତୁ। ଏହାପରେ ଆପଣଙ୍କର ପ୍ରସ୍ତୁତ ହୋଇଯିବ ଅଟା ମୋମୋ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.