ସ୍ୱାଧୀନତା ଦିବସ ପୂର୍ବରୁ ବିମାନ ବନ୍ଦରର ସୁରକ୍ଷା ପାଇଁ ସତର୍କ ସୂଚନା ଜାରି କଲେ ସରକାର

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ବିମାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଦେଶର ସମସ୍ତ ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ପ୍ରତିରୋଧ କରିବାକୁ ନିରାପତ୍ତା ପ୍ରୋଟକଲ୍‌ କଠୋର କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ ଅପ୍ରୀତିକର ପରିସ୍ଥିତିକୁ ପ୍ରତିରୋଧ କରିବାକୁ ବିମାନ ବନ୍ଦର ସମେତ ସ୍ପର୍ଶକାତର ସ୍ଥାନଗୁଡ଼ିକରେ ଯଥେଷ୍ଟ ନିରାପତ୍ତା ବ୍ୟବସ୍ଥା ଯୋଗାଇ ଦିଆଯିବା ପାଇଁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ।

ଏହାସହ ପଢନ୍ତୁ: ଲୁଧିଆନାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ ,ସୁରକ୍ଷା ବ୍ୟବସ୍ଥା କଡାକଡି

ସମସ୍ତ ଭାରତୀୟ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ (ବିସିଏଏସ୍‌) ଜାରି କରିଥିବା ବିସ୍ତାରିତ ପରାମର୍ଶନାମାରେ ପରିମାର୍ଜିତ ଏବଂ କଠୋର କରାଯାଇଥିବା ନିରାପତ୍ତା ନିୟମାବଳୀ ପାଳନ କରିବାକୁ କୁହାଯାଇଛି। ବିଶେଷକରି, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଦିଲ୍ଲୀ ଭଳି ମେଟ୍ରୋସିଟିର ବିମାନ ବନ୍ଦରରେ ଏହି ନିୟମାବଳୀ ସୂଚାରୁ ରୂପେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।