Below header

ପ୍ରତିଦିନ ସ୍କୁଲ୍ ଆସି ପାଠ ପଢିଥାଏ ଏହି ସ୍ପେଶାଲ୍ ଷ୍ଟୁଡେଣ୍ଟ, ଭିଡିଓ ଭାଇରାଲ ହେବାପରେ ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ଦେଶ ଆଗକୁ ବଢିବାରେ ଲାଗିଛି । ସର୍ବ ଶିକ୍ଷା ଅଭିଯାନ ବିଷୟରେ ଆପଣମାନେ ତ ନିହାତି ଜାଣିଥିବେ । ଏବେ ଯେତେବେଳେ କଥା ସର୍ବ ଶିକ୍ଷାର ହେଉଛି ତେବେ ଜାଣିବା କଥା କି, କେହି ବି ସ୍କୁଲ୍ ବ୍ୟାଗ୍ ଧରି ବିଦ୍ୟାଳୟକୁ ପାଠପଢିବା ପାଇଁ ଆସି ପାରିବ । ସମସ୍ତଙ୍କ ପାଇଁ ଶିକ୍ଷା ନିହାତି ଆବଶ୍ୟକ । ସେ ମଣିଷ ହେଉ କି ପଶୁ । ଆପଣ ପଶୁ ନା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। ଏହା କହିବାର କାରଣ ଗୋଟିଏ ମାଙ୍କଡ ପାଠ ପଢିବାକୁ ଇଚ୍ଛା ପ୍ରକାଶ କରିଛି । ଏମିତି ଏକ ସ୍କୁଲ ରହିଛି ଯେଉଁଠାରେ ମାଙ୍କଡ ଶିକ୍ଷା ଲାଭ କରିବାକୁ ପ୍ରତିଦିନ ଆସୁଛି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର ବେଙ୍ଗାଲାମପଲ୍ଲୀ ଗାଁର ଏକ ସରକାରୀ ବିଦ୍ୟାଳୟରେ ।

monkeyଏହି ସ୍କୁଲରେ ଏକ ସ୍ପେଶାଲ ଷ୍ଟୁଡେଣ୍ଟ ଆସିଥାଏ । ଯିଏ ବିଦ୍ୟାର୍ଥୀଙ୍କ ସହିତ ବସି ପାଠ ପଢିଥାଏ । ପ୍ରତିଦିନ ଆସି କ୍ଳାସ୍ ରେ ଉପସ୍ଥିତି ରହିଥାଏ ଏବଂ ଖାତା ବହି ଧରି ପାଠ ପଢିଥାଏ । ଏହା ସହିତ ଖେଳଛୁଟିରେ ପିଲାମାନଙ୍କ ସହିତ ଲଞ୍ଚ କରେ ଓ ଖେଳିଥାଏ । ଏହି ଷ୍ଟୁଡେଣ୍ଟଟି ହେଉଛି ଦୁଇ ବର୍ଷର ଏକ ମାଙ୍କଡ । ଯିଏ ଏବେ ଏହି ସ୍କୁଲର ଷ୍ଟାର ଷ୍ଟୁଡେଣ୍ଟ ଭାବେ ପରିଚୟ ଲାଭ କରିଛି ।

ଏହାସହ ପଢନ୍ତୁ : ମହିଳାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା, ଅପରେସନ ପରେ ଡାକ୍ତର ବାହାର କଲେ ଦେଢ଼ କେଜି ଓଜନର ଗହଣା

ସ୍କୁଲ୍ ର ହେଡମାଷ୍ଟରଙ୍କ କହିବା ମୁତାବକ, ମାଙ୍କଡ଼ଟିର ନାଁ ହେଉଛି ଲକ୍ଷ୍ମୀ । ଏହି ମାଙ୍କଡଟି ପ୍ରଥମ ଦିନରୁ ଭଲ ବ୍ୟବହାର କରି ଆସୁଛି। ସେ ପ୍ରତିଦିନ ସକାଳେ ଛୁଆମାନଙ୍କ ସହିତ ମିଶି ପ୍ରାର୍ଥନା କରିଥାଏ । ଏହାପରେ କ୍ଳାସରେ ପାଠ ପଢା ମଧ୍ୟ କରିଥାଏ । ବିନା କାହାକୁ ହଇରାଣ ନକରି ସେ ପ୍ରତିଦିନ ଏପରି କାର୍ଯ୍ୟ କରିଥାଏ । ଯଦି ସେ ବହିରେ କୌଣସି ଫଟୋ ଦେଖେ ତେବେ ତା ଉପରେ ଆଙ୍ଗୁଳି ରଖି ବାରମ୍ବାର ଦେଖିବାକୁ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.