ଦବଙ୍ଗ-୩ ସୁଟିଂ ସେଟ୍ରେ ବ୍ୟାନ ହେଲା ସେଲଫୋନ୍, ଏହି କାରଣ ପାଇଁ ଏପରି ନିଷ୍ପତ୍ତି ନେଲେ ସଲମାନ
ସୁପରଷ୍ଟାର ସଲମାନ ଖାନ୍ ବର୍ତ୍ତମାନ ଫିଲ୍ମ ଦବଙ୍ଗ-୩ର ସୁଟିଂକୁ ନେଇ ଖୁବ୍ ବ୍ୟସ୍ତ ରହୁଛନ୍ତି। ସୁପରଷ୍ଟାର ସଲମାନ ଏହି ଫିଲ୍ମକୁ ନେଇ ଏକ ସ୍ପେଶାଲ ଅର୍ଡର ଜାରି କରିଛନ୍ତି। ଅର୍ଡର ଅନୁଯାୟୀ ଏହି ଫିଲ୍ମ ସୁଟିଂ ସେଟ୍ ରେ ସେଲଫୋନ୍ ବ୍ୟବହାର ଉପରେ ରୋକ୍ ଲଗାଯାଇଛି। ଟିଓଆଇ ରିପୋର୍ଟ ଅନୁଯାୟୀ ସେଲ୍ ଫୋନ ବ୍ୟାନ କରିବାର କାରଣ ହେଉଛି ସଲମାନ ଏହି ଫିଲ୍ମରେ ମହେଶ ମାଞ୍ଜରେକରଙ୍କ ଝିଅ ସାଇ ମାଞ୍ଜରେକରଙ୍କର ଲୁକ୍ କୁ ଲୁଚାଇବାକୁ ଚାହୁଁଛନ୍ତି। ସାଇ ଏହି ଫିଲ୍ମ ସହ ବଲିଉଡରେ ମଧ୍ୟ ଡେବ୍ୟୁ କରୁଛନ୍ତି।
ରିପୋର୍ଟ ଅନୁଯାୟୀ ସୋସିଆଲ ମିଡିଆରେ ସାଇଙ୍କ ଲୁକ୍ ଲୁଚାଇ ରଖିବା ପାଇଁ ଚେଷ୍ଟା ଜାରି ରହିଛି। ତାଙ୍କୁ ପବ୍ଲିକଙ୍କ ସାମ୍ନାକୁ ମଧ୍ୟ ବେଶି ବାହାରିବା ପାଇଁ ମଧ୍ୟ ମନା କରାଯାଇଛି। କାରଣ ଏହା ଦ୍ବାରା ତାଙ୍କର ଫଟୋ ଦର୍ଶକମାନଙ୍କ ପାଖରେ ଭାଇରାଲ ହେବାର ସମ୍ଭାବନା ରହିଛି। ଏହି ନିୟମ ଏତେ ଶକ୍ତ ହୋଇଛି ଯେ ଫିଲ୍ମ ସହ ଜଡିତ କ୍ରୁ ର ମେମ୍ବର୍ସଙ୍କୁ ସେଟ୍ ରେ ଏଣ୍ଟ୍ରି କରିବା ପୂର୍ବରୁ ନିଜର ଫୋନକୁ କାଉଣ୍ଟରରେ ଜମା କରିବାକୁ ପଡ଼ିବ। କାରଣ ଏପ୍ରିଲ ମାସରେ ଯେତେବେଳେ ଟିମ୍ ମଧ୍ୟପ୍ରଦେଶ ମହେଶ୍ବରରେ ସୁଟିଂ କରାଯାଉଥିଲା ସେତେବେଳେ ଫିଲ୍ମର ଗୋଟିଏ ଗୀତ ଅନଲାଇନରେ ଲିକ୍ ହୋଇ ଯାଇଥିଲା। ଏହି ଗୀତରେ ସଲମାନ ଅନେକ ବ୍ୟାକଗ୍ରାଉଣ୍ଡ ଡ୍ୟାନସରଙ୍କ ସହ ନଜର ଆସିଥିଲେ।
ଏହାସହ ପଢନ୍ତୁ: ‘କୁଲି ନମ୍ବର ୧’ ପାଇଁ ପ୍ରସ୍ତୁତ ହେଉଥିଲେ ବରୁଣ ଧୱନ୍, ସେୟାର କରିଦେଲେ ନିଜର ଏହି ମଜାଦାର ଭିଡିଓ
ରିପୋର୍ଟ ଅନୁଯାୟୀ ଦବଙ୍ଗ-୩ରେ ସଲମାନ ପୁଣି ଥରେ ଚୁଲବୁଲ୍ ପାଣ୍ଡେ ଚରିତ୍ରରେ ଅଭିନୟ କରୁଛନ୍ତି । ଏଥିରେ ଖୁବ୍ ୟଙ୍ଗ ଲୁକ୍ରେ ଆସିବେ । ଏହି କାରଣରୁ ସେ ୮ କିଲୋ ଓଜନ କମାଇବେ। ଦବଙ୍ଗ-୩ରେ ସଲମାନ ଖାନ୍ ଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ସୁଦୀପ ନଜର ଆସିବେ। ଫିଲ୍ମରେ ସୋନାକ୍ଷୀ ସିହ୍ନା ସଲମାନ ଖାନଙ୍କ ପତ୍ନୀ ରଜ୍ଜୋ ଭୂମିକାରେ ଅଭିନୟ କରିବେ। ସେହିଭଳି କନ୍ନଡ ଅଭିନେତା ସୁଦୀପ ଭିଲିୟାନ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁଦେବା।
ଚଳିତ ବର୍ଷ ଡିସେମ୍ବର ୨୦ରେ ଏହି ଫିଲ୍ମ ରିଲିଜ୍ ହେବ। ଦବଙ୍ଗ-୩ର ସୁଟିଂ ଶେଷ ହେବା ପରେ ସୁପରଷ୍ଟାର ସଲମାନ ଖାନ୍ ସଂଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ଇନ୍ସାହ ଆଲ୍ଲା’ ସୁଟିଂ ଆରମ୍ଭ କରିବେ। ଏହି ଫିଲ୍ମରେ ସଲମାନ ଖାନ୍ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ନଜର ଆସିବେ।