Below header

ଦୁଇଟି ଭିନ୍ନ ସ୍ଥାନରେ ହାତୀ ଉପଦ୍ରବ, ଜଣେ ମୃତ

କେନ୍ଦୁଝର(କେନ୍ୟୁଜ୍) : ଘାଟିରେ ଦନ୍ତା ହାତୀ ଆତଙ୍କ। ଦୀର୍ଘ ଘଣ୍ଟା ଧରି ରାସ୍ତା ଉପରେ ବୁଲିଲା ଗଜରାଜ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କୁଆଝରଣି ଘାଟିରେ ଦନ୍ତା ଆତଙ୍କ। ହାତୀଟି ଜଙ୍ଗଲରୁ ରାସ୍ତା ଉପରକୁ ଚାଲିଆସି ଦୀର୍ଘ ଘଣ୍ଟା ଧରି ଘୁରି ବୁଲିଥିଲା। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ହାତୀକୁ ରାସ୍ତା ଉପରେ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ। ଦୀର୍ଘ ଘଣ୍ଟା ଧରି ଏପରି ରାସ୍ତା ମଝିରେ ଘୁରି ବୁଲିବା ପରେ ଜଙ୍ଗଲକୁ ପଳାଇ ଯାଇଥିଲା।

ହାତୀ ଉପଦ୍ରବରେ ଆତଙ୍କିତ କରଞ୍ଜିଆ ଉପଖଣ୍ଡବାସୀ

deathହାତୀ ଉପଦ୍ରବରେ ଆତଙ୍କିତ କରଞ୍ଜିଆ ଉପଖଣ୍ଡବାସୀ । ଗତ ଏକ ସପ୍ତାହ ଧରି ୨୨ଟି ହାତୀଙ୍କ ଆତଙ୍କ ଲାଗିରହିଛି। ଗତକାଲି ବିଳମ୍ବିତ ରାତିରେ ଯଶୀପୁର ବ୍ଲକର ଖଡ଼ିବନ୍ଧ ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗତ ସପ୍ତାହକ ମଧ୍ୟରେ ୩୦ରୁ ଅଧିକ ଘରଦ୍ୱାର ଭାଙ୍ଗିଛନ୍ତି ହାତୀ। କରଞ୍ଜିଆ ଉପଖଣ୍ଡର ରରୁଆଁ, ଶିକୃଳି, ଯଶୀପୁର, କରଞ୍ଜିଆ ବ୍ଲକର ବିଭିନ୍ନ ସ୍ଥାନରେ ଚାଷଜମି, ଧାନ, ମକା ଚାଷ ଆଦି ନଷ୍ଟ କରିଦେଇଛନ୍ତି। ହାତୀଗୁଡ଼ିକ ରାତିରେ ଗାଁ ଭିତରକୁ ପଶିଆସି ଘର ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କାର ଧାନଚାଉଳ ଆଦି ନଷ୍ଟ କରୁଛନ୍ତି । ହାତୀଙ୍କୁ ଘଉଡ଼ାଇବା ପାଇଁ କରଞ୍ଜିଆ ରେଞ୍ଜ ଅଫିସରଙ୍କ ସହ ୬୦ରୁ ୭୦ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.