ଝାଡ଼ଖଣ୍ଡ: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ
ଝାଡ଼ଖଣ୍ଡରେ ରାଜନୈତିକ ଅନିଶ୍ଚିତତାର ଅବସାନ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ। ୧୦ ଦିନ ଭିତରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଚମ୍ପଇଙ୍କ ସମେତ ଆଉ କିଏ ଶପଥ ନେବେ ସେ ନେଇ ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ ।

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରାଜନୈତିକ ଅନିଶ୍ଚିତତାର ଅବସାନ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ। ୧୦ ଦିନ ଭିତରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଚମ୍ପଇଙ୍କ ସମେତ ଆଉ କିଏ ଶପଥ ନେବେ ସେ ନେଇ ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ । ଗତକାଲି ଝାଡ଼ଖଣ୍ଡରେ ନୂଆ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ରଖିଥିଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ଦଳ ନେତା । ପରେ ସରକାର ଗଠନ କରିବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ । ତାଙ୍କ ନିକଟରେ ୪୯ଜଣ ବିଧାୟକଙ୍କ ସମର୍ଥନ ଥିବା ନେଇ ଦାବି କରିଛନ୍ତି ଚମ୍ପଇ ସୋରେନ। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ଗିରଫ ପରେ ଚମ୍ପଇ ସୋରେନ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ମେଣ୍ଟରେ ଜେଏମଏମର ୨୯ ବିଧାୟକ ରହିଥିବା ବେଳେ କଂଗ୍ରେସର ୧୬ଜଣ, ଏନସିପି, ସିପିଆଇ, ସିପିଏମ ଓ ଆରଜେଡିର ଜଣେ ଲେଖାଏଁ ବିଧାୟକ ଅଛନ୍ତି।
ସେପଟେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାର ଅର୍ଥ ସେ ଜେଲର ୪ କାନ୍ଥ ମଧ୍ୟରେ କାଟିଛନ୍ତି । ତାଙ୍କୁ କୋର୍ଟରୁ ସିଧା ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲକୁ ନିଆଯାଇଛି।
ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଗତକାଲି କଡ଼ା ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା।