ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ: ଆଇଆଇଏମର ସ୍ଥାୟୀ କ୍ୟାମ୍ପସର କରିବେ ଲୋକାର୍ପଣ, ଚାଲିଛି ଜୋରଦାର ପ୍ରସ୍ତୁତି

ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା । ଆସନ୍ତାକାଲି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ସମ୍ବଲପୁର (କେନ୍ୟୁଜ): ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା । ଆସନ୍ତାକାଲି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋରରୁ ସମ୍ବଲପୁରରେ ପହଞ୍ଚିଛନ୍ତି । ରେଳଷ୍ଟେସନରେ ପହଞ୍ଚିବା ପରେ ସମ୍ବଲପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଏହାପରେ ରେମେଡଠାରେ ଜନ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ସମାବେଶରେ ପଶ୍ଚିମ ଓଡ଼ିଶାର୫ଟି ଲୋକସଭା କ୍ଷେତ୍ର ସମ୍ବଲପୁର, ବରଗଡ, ସୁନ୍ଦରଗଡ,ବଲାଙ୍ଗିର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ବିଜେପି କର୍ମୀ ଓ ଜନସାଧାରଣ ସାମିଲ ହେବେ । ରେମେଡ଼ ପଡିଆରେ ସ୍ଥିତି ପରଖିଛନ୍ତି ଆରଡିସି ଓ ଜିଲ୍ଲାପାଳ । ଏସପିଜି ସିକ୍ୟୁରିଟି ମଧ୍ୟ ଯାଞ୍ଚ ହୋଇଛି । ଚପରର ଟ୍ରାଏଲ୍ ରନ୍ ସରିଛି । ଉଭୟ ଆଇଆଇଏମ ଓ ରେମେଡ଼ ପଡିଆକୁ କଡା ସୁରକ୍ଷା ବଳୟ ମଧ୍ଯରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.