ବନ୍ଦ ହେବ ଚାରିଧାମ ଯାତ୍ରା, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଏବଂ କେଦାରନାଥ ଧାମ ତାରିଖ ହେଲା ଘୋଷଣା

ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖ ଘୋଷଣା କରାଯାଇଛି । ଗଙ୍ଗୋତ୍ରୀ ଧାମର କପାଟ ୧୪ ନଭେମ୍ବରରେ ବନ୍ଦ କରାଯିବ, ସେହିପରି ୧୫ ନଭେମ୍ବରରେ ଯମୁନୋତ୍ରୀ ଧାମର ଦ୍ୱାର ବନ୍ଦ କରାଯିବ । ଦଶହରା ପରେ ବଦ୍ରିନାଥ ଧାମ କପାଟ ବନ୍ଦ ତାରିଖ ନିଷ୍ପତ୍ତି ନିଆଯିବ ।

ଉତ୍ତରାଖଣ୍ଡ ସ୍ଥିତ ଚାରିଧାମ ଯାତ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରାଯାଇଛି । ଗଙ୍ଗୋତ୍ରୀ ଧାମର କପାଟ ୧୪ ନଭେମ୍ବରରେ ବନ୍ଦ କରାଯିବ, ସେହିପରି ୧୫ ନଭେମ୍ବରରେ ଯମୁନୋତ୍ରୀ ଧାମର ଦ୍ୱାର ବନ୍ଦ କରାଯିବ । ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ପକ୍ଷରୁ କୁହାଯାଇଛି କି, ଶ୍ରୀ ବଦ୍ରିନାଥ କପାଟ ବନ୍ଦ ହେବାର ତାରିଖ ନିଷ୍ପତ୍ତି ୨୪ ଅକ୍ଟୋବର ଦଶହରା ପରେ କରାଯିବ । ଚଳିତବର୍ଷ ଏପ୍ରିଲରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଥିଲା ।

ଖବର ମୁତାବକ, ଦ୍ୱାର ବନ୍ଦ ହେବାର ତାରିଖ ଘୋଷଣା କରିବା ପାଇଁ ବଦ୍ରିନାଥ ମନ୍ଦିର ପରିସରରେ ଧାର୍ମିକ ସମାରୋହର ଆୟୋଜନ କରାଯିବ । ରାଉଳ ଓ ଧର୍ମାଧିକାରୀ ପଞ୍ଚାଙ୍ଗ ଗଣନା କରିବା ପରେ ଦ୍ୱାର ବନ୍ଦ ହେବାର ଶୁଭ ମୁହୂର୍ତ୍ତ ଘୋଷଣା କରିବେ ।
ଶ୍ରୀକେଦାରନାଥ ଧାମର ଦ୍ୱାର ପରମ୍ପରାଗତ ଭାବରେ ୧୫ ନଭେମ୍ବର ବୁଧବାର ଭାଇଦୁଜ ଅବସରରେ ବନ୍ଦ ହେବ । ଭଗବାନ କେଦାରନାଥଙ୍କ ପଞ୍ଚମୁଖୀ ଉତ୍ସବମୂର୍ତ୍ତି ଶୀତକାଳୀନ ପ୍ରବାସ ଶ୍ରୀ ଓଁକାରେଶ୍ୱର ମନ୍ଦିର ଉଖୀମଠରେ ପହଞ୍ଚିବ । ଶ୍ରୀ ଗଙ୍ଗୋତ୍ରୀ ଧାମର ଦ୍ୱାର ଅନ୍ନକୁଟ ଅବସରରେ ୧୪ ନଭେମ୍ବର ପୂର୍ବାହ୍ନ ୧୧ଟା ୪୫ ମି. ଓ ଯମୁନୋତ୍ରୀ ଧାମର ଦ୍ୱାର ୧୫ ନଭେମ୍ବରରେ ବନ୍ଦ ରହିବ ।

ସୂଚନାଯୋଗ୍ୟ, କେଦାରନାଥ ଧାମ କପାଟ ବିଧିବିଧାନ ମୁତାବକ ୨୫ ଏପ୍ରିଲ ସକାଳ ୬ଟା ୨୦ ମିନିଟରେ ଖୋଲାଯାଇଥିଲା । କେଦାରନାଥଙ୍କ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ କରାଯାଇଥିଲା । ସେହିପରି ବଦ୍ରିନାଥ ଥାନ କପାଟ ୨୭ ଏପ୍ରିଲରେ ଖୋଲାଯାଇଥିଲା । ତୀର୍ଥଯାତ୍ରୀ ଚାରିଧାମ ଯାତ୍ରା ପାଇଁ ଋିଷିକେଶ ପହଞ୍ଚି ନିଜର ରେଜିଷ୍ଟ୍ରେସନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.