୭୮ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶାର ଜନନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରିଆଡୁ ମିଳୁଛି ଶୁଭେଚ୍ଛା ଏବଂ ଶୁଭକାମନା । ଅକ୍ଟୋବର ୧୬, ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଦୀର୍ଘ ୨୩ ବର୍ଷ ଧରି ନିରବଛିନ୍ନ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି ।

ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶାର ଜନନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରିଆଡୁ ମିଳୁଛି ଶୁଭେଚ୍ଛା ଏବଂ ଶୁଭକାମନା । ଅକ୍ଟୋବର ୧୬, ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଦୀର୍ଘ ୨୩ ବର୍ଷ ଧରି ନିରବଛିନ୍ନ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି । ବାସ୍ତବ ଜୀବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଧାରଣ ଜୀବନଶୈଳୀ ଏବଂ କର୍ମଯୋଗୀ ଜୀବନ ସମସ୍ତଙ୍କ ପାଇଁ ଖୁବ୍‌ ପ୍ରେରଣାଯୋଗ୍ୟ ହୋଇପାରିଛି । ନିଜ ନିର୍ମଳ ମନ ଏବଂ ସେବାଭାବ ପାଇଁ ଜନସାଧାରଣଙ୍କ ହୃଦୟରେ ସେ ଆଜି ଏକ ସ୍ୱତନ୍ତ୍ର ସ୍ଥାନ ପାଇପାରିଛନ୍ତି ।

ନବୀନ ପଟ୍ଟନାୟକ ଜଣେ ଲେଖକ ଏବଂ ତାଙ୍କ ଯୌବନବସ୍ଥାର ପ୍ରାୟ ସମୟ ରାଜନୀତି ଏବଂ ଓଡିଶା ଠାରୁ ଦୂରରେ ବିତାଇଛନ୍ତି । କିନ୍ତୁ ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଦଳର ନେତୃତ୍ୱ ନେବା ପାଇଁ ରାଜନୀତିରେ ପାଦ ଦେଇଥିଲେ ନବୀନ ପଟ୍ଟନାୟକ । ଏକ ବର୍ଷ ପରେ ୧୯୯୭ ମସିହା ଡିସେମ୍ବର ୨୬ରେ ଗଠନ କରିଥିଲେ ବିଜୁ ଜନତା ଦଳ । ୨୦୦୦ ମସିହା ପରଠାରୁ ଲଗାତାର ଭାବେ ୫ ଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଦେଶର ଦ୍ୱିତୀୟ ଦୀର୍ଘତମ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଏହି ସଫଳତା ପଛର ରହସ୍ୟ ହେଉଛି, ସେ ନିର୍ବାଚନ ଜିତିବାକୁ କେବେ ରାଜନୀତି କରିନାହାନ୍ତି । ତାଙ୍କର ଏକ ମାତ୍ର ଲକ୍ଷ୍ୟ ଲୋକଙ୍କ ସେବା ଏବଂ ଓଡିଶାର ବିକାଶ ।

ଗରିବଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ଗରୀବ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି । ଏବେ 5-T ମାଧ୍ୟମରେ ସମଗ୍ର ରାଜ୍ୟରେ ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଭିନ୍ନ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପାଇଁ ସାରା ରାଜ୍ୟରେ ନବୀନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି । ଓଡିଶାର ବିକାଶ ପାଇଁ ଦିନରାତି କଠୋର ପରିଶ୍ରମ କରିଚାଲିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ସେଥିପାଇଁ ସେ ଆଜି ହୋଇପାରିଛନ୍ତି ଏତେ ଲୋକପ୍ରିୟ । ଆଜି ଓଡିଶା ଯେଉଁ ନୂଆ ବିକାଶ ଦେଖିଛି, ତାହା କେବଳ ନବୀନଙ୍କ ପାଇଁ ହି ସମ୍ଭବପର ହୋଇପାରିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ନିଜ ଭଉଣୀ ଗୀତା ମେହତାଙ୍କ ପରଲୋକ ହୋଇଥିବାରୁ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.