Below header

ସୋଫା ବିକିବା ମହଙ୍ଗା ପଡ଼ିଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଝିଅ ହେଲେ ଅନ୍‌ଲାଇନ ଠକେଇର ଶିକାର, ୩୪ ହଜାର ଟଙ୍କାର ଚୂନ ଲଗାଇଦେଲା ଠକ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଝିଅ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ଅନ୍‌ଲାଇନରେ ସୋଫା ବିକ୍ରି କରିବା ମହଙ୍ଗା ପଡ଼ିଛି। ତାଙ୍କ ଆକାଉଣ୍ଟରୁ ସାଇବର ଠକ ୩୪ ହଜାର ଟଙ୍କା ଗାଏବ କରି ନେଇଛନ୍ତି। ଖବର ମୁତାବକ, କେଜରିଓ୍ଵାଲଙ୍କ ଝିଅ ଏକ ପୁରୁଣା ସୋଫାକୁ ବିକ୍ରି କରିବା ପାଇଁ େଓ୍ଵବ୍‌ସାଇଟରେ ସୂଚନା ଦେଇଥିଲେ। ଏହା ଦେଖି ଜଣେ ବ୍ୟକ୍ତି ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ ସୋଫା କିଣିବା ନେଇ ଆଗ୍ରହ ପ୍ରକାଶ କରିଥିଲେ।

ତେବେ କଥାବାର୍ତ୍ତା ଭିତରେ କେଜରିଓ୍ଵାଲଙ୍କ ଝିଅଙ୍କୁ ସାମାନ୍ୟ ଆଭାସ ବି ମିଳିପାରି ନ ଥିଲା କି, ତାଙ୍କ ସହିତ କଥା ହେଉଥିବା ବ୍ୟକ୍ତି ଜଣେ ସାଇବର ଠକ। ସେ ତାଙ୍କ ଆକାଉଣ୍ଟରେ କିଛି ପଇସା ଦେବା କଥା କହିଥିଲେ ଏବଂ ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ଆକାଉଣ୍ଟରେ ବହୁତ କମ୍‌ ପଇସା ଦେଇଥିଲେ। ପଇସା ଆକାଉଣ୍ଟକୁ ଆସିଯାଇଥିଲା। ଏଥିରେ ତାଙ୍କର ବିଶ୍ୱାସ ହୋଇଥିଲା ଯେ ପଇସା ଟ୍ରାନ୍ସଫର କରିଥିବା ବ୍ୟକ୍ତି ପ୍ରକୃତ କ୍ରେତା, କୌଣସି ଠକ ନୁହଁନ୍ତି।

ଏହାପରେ ଉକ୍ତ ବ୍ୟକ୍ତି କେଜରିଓ୍ଵାଲଙ୍କ ଝିଅଙ୍କୁ ଏକ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିବାକୁ କହିଥିଲେ। ଯେତେବେଳେ ସେ ବାର୍‌ କୋଡ୍‌ ସ୍କାନ୍‌ କରିଥିଲେ, ତ ତାଙ୍କ ଆକାଉଣ୍ଟରୁ ହଠାତ୍‌ ୨୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। କେଜରିଓ୍ଵାଲଙ୍କ ଝିଅ ସଙ୍ଗେ ସଙ୍ଗେ ବ୍ୟକ୍ତିଙ୍କୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଏହାର ଜବାବରେ ବ୍ୟକ୍ତି ଜଣକ କହିଥିଲେ, ଭୁଲ୍‌ରେ ହୋଇଯାଇଥିବ, ଏଥର ଆଉ ହେବ ନାହିଁ। କିନ୍ତୁ ସେ ପୁଣିଥରେ ଠକେଇର ଶିକାର ହୋଇଥିଲେ। ଦ୍ୱିତୀୟ ଥର ତାଙ୍କ ଆକାଉଣ୍ଟରୁ ୧୪ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଶେଷରେ ସେ ଜାଣିବାକୁ ପାଇଥିଲେ କି, ତାଙ୍କୁ ଠିକାମିର ଶିକାର ବନାଯାଇଛି। ଏ ନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.