Below header

ତାମିଲନାଡୁ: ବୋରେଓ୍ଵଲରେ ଶିଶୁ ଫସିଥିବା ଘଟଣା, ୭୨ ଘଣ୍ଟାର ଅପରେସନ୍‌ ପରେ ବି ଶିଶୁ ପାଖରେ ପହଞ୍ଚି ପାରିନି ଉଦ୍ଧାରକାରୀ ଦଳ

ତାମିଲନାଡୁ:  ତିନି ଦିନ ଧରି ବୋରେଓ୍ଵଲ ଭିତରେ ରହିଥିବା ଶିଶୁର ଅବସ୍ଥା କଣ ଅଛି ? ୭୨ ଘଣ୍ଟାର ଅପରେସନ୍‌ ଶେଷ ହୋଇଥିଲେ ବି ଶିଶୁ ପାଖରେ ପହଞ୍ଚି ପାରିନି ଉଦ୍ଧାରକାରୀ ଦଳ । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା କଣ ରହିଛି ସେ ସଂପର୍କରେ କିଛି ଜଣାପଡିନଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଚାଲିଛି। ଉଦ୍ଧାର ପାଇଁ ଅତ୍ୟାଧୁନିକ ବୋରିଂ ମେସିନ୍‌ ସାହଯ୍ୟରେ ଏକ ମିଟର ଓସାରର ଆଉ ଏକ ବୋରିଂ ଖୋଳାଯାଉଛି । ତେବେ ମାଟିତଳେ କଠିନ ପଥର ଚଟାଣ ପଡ଼ିବା ଫଳରେ ଖୋଳିବା ସହଜ ହେଉ ନାହିଁ। ଶିଶୁଟିର ଉଦ୍ଧାର ପାଇଁ ତାମିଲନାଡୁ ସରକାରଙ୍କ ଚିନ୍ତା ମଧ୍ୟ ବଢି ଯାଇଛି । ଶୁକ୍ରବାର ସଂଧ୍ୟାରେ ଖେଳୁଥିବା ବେଳେ ଶିଶୁଟି ବୋରେଓ୍ଵଲ ଭିତରେ ଖସି ପଡ଼ିଥିଲା। ପ୍ରଥମେ ୭୨ ଫୁଟ ଗଭୀରକୁ ଖସି ପଡ଼ିଥିବା କୁହାଯାଉଥିବା ବେଳେ ଏବେ ୧୦୦ ଫୁଟ ତଳେ ଥିବା କୁହାଯାଉଛି । ଶିଶୁର ସୁରକ୍ଷିତ ଉଦ୍ଧାର ପାଇଁ ପୂରା ତାମିଲନାଡୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.