ୟୁରୋପିୟନ୍‌ ପ୍ରତିନିଧି ଦଳର ଗସ୍ତ ପୂର୍ବରୁ ଜମ୍ମୁ କଶ୍ମୀରରେ ପୁଣି ଆତଙ୍କବାଦୀ ହମ୍‌ଲା, ଗ୍ରେନେଡ୍‌ ଆକ୍ରମଣରେ ୨୦ରୁ ଅଧିକ ଆହତ

କେନ୍ୟୁଜ୍ (ବ୍ୟୁରୋ):  ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ହମ୍‌ଲା। ୟୁରୋପିୟନ୍‌ ପ୍ରତିନିଧି ଦଳର ଗସ୍ତ ପୂର୍ବରୁ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସପୋର ସହରରେ ଏକ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଶ୍ରୀନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି । ଗତ ୪୮ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରରେ ଏହା ଦ୍ୱିତୀୟ ଗ୍ରେନେଡ ଆକ୍ରମଣ । ଶନିବାର ଶ୍ରୀନଗର କରଣ ନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣରେ ୪ ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.