ହାଇଦ୍ରାବାଦ କନସୁଲ ଜେନେରାଲ୍‌ ଜୋଏଲ୍‌ ରିଫ୍ଲନ୍‌ଙ୍କ କିସ୍‌ ପରିଦର୍ଶନ, ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ନିରନ୍ତର ପ୍ରୟାସ ପାଇଁ କଲେ ଭୂୟସୀ ପ୍ରଶଂସା 

ଭୁବନେଶ୍ବର(କେନ୍ୟୁଜ୍):    ହାଇଦ୍ରାବାଦ କନସୁଲ ଜେନେରାଲ୍‌ ଜୋଏଲ୍‌ ରିଫ୍ଲନ୍‌ଙ୍କ କିସ୍‌ ପରିଦର୍ଶନ । ୨୦୧୯ ଅଗଷ୍ଟ ୨୦ରେ ହାଇଦ୍ରାବାଦ୍‌ କନସୁଲ ଜେନେରାଲ ଭାବେ ନୂଆକରି ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ କିସ୍‌ ପରିଦର୍ଶନ । କିସରେ ଜୋଏଲ୍‌ଙ୍କୁ ସ୍ୱାଗତ କରିଥିଲେ କିଟ ଓ କିସର ସେକ୍ରେଟାରୀ ଆର.ଏନ.ଦାସ । କିସର କୁନି କୁନି ପିଲାମାନେ ତାଙ୍କୁ ନାଚ ମାଧ୍ୟମରେ ସ୍ୱାଗତ କରିଥିବା ବେଳେ ସେ ମଧ୍ୟ ପିଲାଙ୍କ ସହ ନାଚିଥିଲେ । କିସ ଭଳି ଏକ ବିରାଟ ଶିକ୍ଷାନୁଷ୍ଠାନକୁ ଆସି ସେ ବହୁତ ଖୁସି ବୋଲି ପ୍ରକାଶ କରିଥିଲେ ଜୋଏଲ୍‌ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ଏଭଳି କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । କିସ ଓ କିଟର ଉନ୍ନତି ପାଇଁ ୟୁଏସ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଏହି ଅବସରରେ ସେଣ୍ଟର ଫର ଆମେରିକାନ ଷ୍ଟଡିଜର ଉଦଘାଟନ ମଧ୍ୟ କରିଥିଲେ ।ଏହା ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ଅଗ୍ରଗତି ହେବ । ଏହି ଅବସରରେ କିସର ପିଲାଙ୍କ ସହ ମଧ୍ୟ ସେ କିଛି ସମୟ ଅତିବାହିତ କରିଥିଲେ । କିଟ ଓ କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.