Below header

ଦୁଷ୍କର୍ମ ପରେ ହତ୍ୟାର ଶିକାର ହେଲା ମାସକର ଶିଶୁ କନ୍ୟା, ହେଲେ ଅଭିଯୁକ୍ତ କିଏ? ଜାଣିଲେ ଲଜ୍ଜାରେ ନଇଁଯିବ ମୁଣ୍ଡ

ଦୁଷ୍କର୍ମ ଭଳି ଏକ ନିନ୍ଦନୀୟ ଅପରାଧକୁ ରୋକିବା ପାଇଁ ସରକାରଙ୍କ ନିୟମ ଏବଂ ପ୍ରଶାସନର ଚେଷ୍ଟା ଜୋରଦାର ଚାଲିଥିବା ବେଳେ, କିଛି ଲୋକଙ୍କ ବିକୃତ ମାନସିକତା ଆଗରେ ସବୁ କିଛି ଫେଲ୍ ମାରିଛି । ନାରୀକୁ ସମ୍ମାନ ଦେବାର ନାରା, ଖାଲି ପାଟିରେ କହିବା ପାଇଁ । ହେଲେ କାମରେ ଲଗାଇବାପାଇଁ ନାରାଜ ଏହି ମଣିଷ ରୂପୀ ରାକ୍ଷସମାନେ । ଗତ କିଛି ମାସ ହେଲା ହେଉଥିବା ଦୁଷ୍କର୍ମ ମାମଲା ମଧ୍ୟରେ ଶିଶୁ କନ୍ୟାମାନଙ୍କର ଦୁଷ୍କର୍ମ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । କିଛି ଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ଗ୍ରହଣ କରାଯାଇଛି । କିନ୍ତୁ ଦୋଷୀର ଦଣ୍ଡ ଯେତେ କଠୋର ହେଉନା କାହିଁକି ଥମିବାର ନାଁ ଧରୁନି ଏହି ଦୁଷ୍କର୍ମ ଅପରାଧ, ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

2ହେଲେ ଆଜି ଏମିତି ଏକ ଲୋମହର୍ଷଣକାରୀ ଅପରାଧର କାହାଣୀ ଆସି ପହଁଞ୍ଚିଛି, ଯାହା ଜାଣିବା ପରେ ଏହି ମଣିଷ ଜାତିକୁ ଧିକ୍ ବୋଲି କହିବାକୁ ଟିକେ କୁଣ୍ଠାବୋଧ ହେବ ନାହିଁ । ଘଟଣାଟି ହେଉଛି ଦୁଷ୍କର୍ମ ପରେ ପରେ ହତ୍ଯାର ଶିକାର ହୋଇଛି ଗୋଟେ ମାସକର ଶିଶୁ କନ୍ଯା । ଏହି ହୃଦୟ ବିଦାରକ ଘଟଣା ଘଟିଛି ଆମେରିକାରେ । ମାଆ ଡାକ ଡାକିବା ପୂର୍ବରୁ ନିସ୍ତବ୍ଧ ହୋଇଯାଇଛି ଏକ କୁନି ଜୀବନ । ଆଉ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ସେହି ଦୁଷ୍କର୍ମକାରୀର ପରିଚୟ ।  ଅଭିଯୁକ୍ତ ଜଣଙ୍କ ହେଉଛି ସେହି କୁନି ଶିଶୁଟିର ଜନ୍ମକଲା ବାପା । ନିଶା ଶକ୍ତ ବାପା ମାସକର ଶିଶୁକନ୍ୟା ସହ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ତାକୁ ହତ୍ୟା କରିଥିଲା। ଦୁଷ୍କର୍ମ ପରେ ହାତ ଗୋଡ଼ ଭାଙ୍ଗି ନାଳରେ ଫିଙ୍ଗି ଦେଇଥିଲା ଏହି ବାପା ରୂପୀ ରାକ୍ଷସ ।

3ଘଟଣାର ତଦନ୍ତ ପରେ ଅଭିଯୁକ୍ତ ଖୋଦ୍ ଶିଶୁ କନ୍ଯାଟିର ବାପା ବୋଲି ଜାଣି ପରେ ତଦନ୍ତ କରୁଥିବା ପୁଲିସ ସମେତ ସ୍ଥାନୀୟ ଲୋକେ ମଧ୍ଯ ଆଶ୍ଚର୍ଯ୍ୟ ହୋଇଛନ୍ତି । ଡ଼୍ରଗ୍ସ ନେଇ ଅଭିଯୁକ୍ତ ଜଣଙ୍କ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ସତ ଜଣା ପଡ଼ିବା ପରେ ଅଭିଯୁକ୍ତକୁ ୨୪୦ବର୍ଷର ଜେଲ ଦଣ୍ଡ ଶୁଣା ଯାଇଥିବା ବେଳେ ୧୦ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.