ବନ୍ଦ ହୋଇଯିବ ୫୦ କୋଟି ମୋବାଇଲ୍ ନମ୍ବର, ଜିଓ ଉପଭୋକ୍ତାଙ୍କ ଉପରେ ବିପଦର ଘଣ୍ଟି

ବନ୍ଦ ହୋଇଯାଇପାରେ ଦେଶର ୫୦ କୋଟି ମୋବାଇଲ୍ ନମ୍ବର । ଯେଉଁ ଉପଭୋକ୍ତା ମୋବାଇଇଲ୍ କନେକ୍ସନ୍ ନେବା ସମୟରେ ଅାଧାର ବ୍ୟତୀତ ଅନ୍ୟ କୌଣସି ପରିଚୟ ପତ୍ର ଦେଇନାହାଁନ୍ତି ସେମାନଙ୍କ ନମ୍ବର ବନ୍ଦ ହୋଇପାରେ । କାରଣ ଆଧାର କାର୍ଡ ଦେଇ ସିମ୍ କାର୍ଡ ନେଇଥିବା ୟୁଜରଙ୍କୁ ନୂଆ କେୱାଇସି (ନୋ ୟୋର କଷ୍ଟମର୍) ପ୍ରକ୍ରିୟା ଦେଇ ଯିବାକୁ ପଡିବ। ଯାହା ଫଳରେ ଏହି ସବୁ ସିମ୍ କାର୍ଡର ଯଦି ଆଧାର୍ ବ୍ୟତୀତ ଦ୍ବିତୀୟ ପରିଚୟ ପତ୍ର ବ୍ୟାକ୍ ଅପ୍ ନାହିଁ ତେବେ ଫୋନ୍ ନମ୍ବର ବନ୍ଦ ହୋଇଯିବାର ଆଶଙ୍କା ରହିଛି ।

ଏହି ସମସ୍ୟା ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତି ପରେ ହେଲା ଯେତେବେଳେ କୋର୍ଟ କହିଥିଲେ କୌଣସି ବି କମ୍ପାନୀ କୌଣସି ବ୍ୟକ୍ତିଙ୍କ ୟୁନିକ୍ ଆଇଡିର ବ୍ୟବହାର ପରିଚୟ ଭାବରେ କରିପାରିବ ନାହିଁ । କୋର୍ଟର ଏହି ଶୁଣାଣି ପରେ କେନ୍ଦ୍ର ସରକାର ନଷ୍ପତ୍ତି ନେଇଥିଲେ ଯେ ଟେଲିକମ୍ କମ୍ପାନୀ ଗୁଡିକୁ ପୁଣି ଥରେ କେୱାଇସି ପ୍ରକ୍ରିୟା ପୁରା କରିବା ପାଇଁ ସମୟ ଦେବ ।

simତେବେ ୫୦ କୋଟି ମୋବାଇଲ୍ ନମ୍ବର ଆଧାର ରେ ହିଁ ଚାଲିଛି। କୋର୍ଟଙ୍କ ରାୟ ଅନୁଯାୟୀ, ଟେଲିକମ୍ କଂପାନୀଗୁଡ଼ିକୁ ହିତାଧିକାରୀଙ୍କ ଆଧାର କାର୍ଡ ସଂପର୍କିତ ତଥ୍ୟକୁ ହଟାଇବାକୁ ପଡ଼ିବ। ଅନ୍ୟପକ୍ଷରେ ଏହି ୫୦ କୋଟି ୟୁଜର୍ ଆଧାର ବ୍ୟତୀତ ଅନ୍ୟ କୌଣସି ଡକ୍ୟୁମେଣ୍ଟ୍ ପରିଚୟ ପତ୍ର ଭାବରେ ଦେଇ ନଥିବା ଯୋଗୁ ଆଧାର ତଥ୍ୟ ହଟିବା ପରେ ମୋବାଇଲ୍ ନମ୍ବର ବି ବନ୍ଦ ହୋଇଯିବ।

ତେବେ ଏଥିରେ ସବୁଠାରୁ ଅଧିକ ସମସ୍ୟା ଭୋଗିବେ ରିଲାଏନ୍ସ ଜିଓ ଉପଭୋକ୍ତା । କାରଣ ‘ଆଧାର’ ଦ୍ୱାରା ହିଁ ସବୁଠୁ ଅଧିକ ସିମ୍ ଗ୍ରାହକଙ୍କୁ ଦେଇଛି ଜିଓ ଏବେ ଏହି ନିଷ୍ପତ୍ତି ଜିଓ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । କାରଣ ଗତ ମାସ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ୨୫ କୋଟିରେ ପହଞ୍ଚିଥିଲା।

ଅନ୍ୟପଟେ ସରକାରୀ ସ୍ତରରେ ଏହାକୁ ନେଇ ଗମ୍ଭୀରତାର ସହିତ ବିଚାର କରାଯାଉଛି । ଏନେଇ ଗତକାଲି ବିଭିନ୍ନ ଟେଲିକମ୍ କଂପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.