ଗୋଟିଏ କୁକୁର ଥିଲି ମୁଁ , ମହିଳାଙ୍କୁ ଦୁର୍ବ୍ୟବହାର କରୁଥିଲି : ନିଜ ମୁହଁରେ ନିଜ ପାପ ସ୍ବୀକାର କରିଛନ୍ତି ସାଜିଦ୍

ବଲିଉଡର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ସାଜିଦ୍ ଖାନଙ୍କ ବିରୋଧରେ ଏଯାଏଁ ୪ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିସାରିଛନ୍ତି । ଆଗକୁ ଏହି ତାଲିକା ଲମ୍ବା ମଧ୍ୟ ହୋଇପାରେ । ତେବେ ସାଜିଦ୍ ପ୍ରଥମ ଷ୍ଟାର୍ ନୁହଁନ୍ତି ଯାହାଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି । ଅନେକ ଚେହେରା ଏମିତି ଅଛି ଯାହାଙ୍କ ଉପରେ ଏହି ଆରୋପ ଲାଗିସାରିଛି । ଏହି ଚେହେରା ମଧ୍ୟରେ ନାନା ପାଟେକର ଏବଂ ସଂସ୍କାର ବାପୁ ଆଲୋକ ନାଥଙ୍କ ଭଳି ନାଁ ମଧ୍ୟ ସାମିଲ୍ ଅଛି । ତେବେ ଏହା ମଧ୍ୟରେ ସାଜିଦ୍ ଖାନଙ୍କ ଏକ ପୁରୁଣା ସାକ୍ଷାତକାର ସାମ୍ନାକୁ ଆସିଛି । ଯେଉଁଥିରେ ସେ ମହିଳାମାନଙ୍କ ସହ ଖରାପ ବ୍ୟବହର କରୁଥିବା ସ୍ବୀକାର କରିଛନ୍ତି ।

ବଲିଉଡ୍ ହଙ୍ଗାମାର ଏହି ସାକ୍ଷାତକାର ୩ ବର୍ଷ ପୁରୁଣା । ଏହି ସାକ୍ଷାତକାରରେ ସାଜିଦ୍ ଖାନ୍ ନିଜ ଜୀବନ ସହ ଜଡିତ ଏମିତି କିଛି କଥା କହିଛନ୍ତି ଯାହାକୁ ଶୁଣି ଆଶ୍ଚର୍ଯ୍ଯ ହେବେ ଆପଣ । ଏହି ସାକ୍ଷାତକାରରେ ସେ ସ୍ବୀକାର କରିଛନ୍ତି ଯେ ସେ ଅନେକ ଝିଅଙ୍କୁ ଧୋକା ଦେଇଛନ୍ତି । ଏହା ସହ କହିଛନ୍ତି ୨୦ ବର୍ଷ ବୟସରେ ମୁଁ କୁକୁର ଥିଲି । ଏହି ସମୟରେ ମୁଁ ଅନେକ ସମ୍ପର୍କ ଗଢିଛି ଏବହ ଭାଙ୍ଗିଛି । ମୁଁ ଅନେକ ମନ ଭାଙ୍ଗିଛି, ମିଛ କହିଛି, ପ୍ରତାରଣା କରିଛି ଏବଂ ଅନେକ ମହିଳାଙ୍କ ସହ ଖରାପ ବ୍ୟବହାର କରିଛି । ଯେମିତି ଅଧିକାଂଶ ପୁଅ କରନ୍ତି ।

sajid khanସେ ସମୟରେ ମୁଁ ଟେଲିଭିଜନରେ ଥିଲି ଆଉ ଲଗାତାର ସଫଳତା ପାଇଚାଲିଥିଲି । ମୋ ଜୀବନକୁ ଜଣକ ପରେ ଜଣେ ଭଲ ଝିଅ ଆସିଥିଲେ , କିନ୍ତୁ ସମସ୍ତଙ୍କ ସହ ମୁଁ ଖରାପ ବ୍ୟବହାର କରିଛି । ଏହା ସହ ଏକଥା ମଧ୍ୟ କହିଛନ୍ତି ଯେ ୧୫ – ୧୬ ବର୍ଷ ତଳେ ବିବାହ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ । ହେଲେ ସେ ଝିଅଙ୍କ ସହ ନୁହେଁ ଯାହାକୁ ପ୍ରେମ କରୁଥିଲେ , ବରଂ ଆରେଞ୍ଜ ମ୍ୟାରେଜ୍ କରିବାକୁ ଯାଉଥିଲେ ।

ସୂଚନାଯୋଗ୍ୟ, ସାଜିଦଙ୍କ ଉପରେ ଅତ୍ୟନ୍ତ ସଙ୍ଗୀନ୍ ଅଭିଯୋଗ ଲାଗିଛି । ଏପରିକି ଦିୟା ମିର୍ଜା ଏବଂ ବିପାଶା ସବୁ ମଧ୍ୟ ସାଜିଦଙ୍କ ପୋଲ୍ ଖୋଲିଛନ୍ତି । ବିପାଶା କହିଛନ୍ତି ସିନେମା ହମସକଲ୍ ସେଟରେ ଅଶ୍ଳୀଳ ଜୋକ୍ସ ଶୁଣାନ୍ତି ସାଜିଦ୍ । ଅନ୍ୟପଟେ ସାଜିଦଙ୍କୁ ଦିୟା ଜଣେ ଘଟିଆ ଲୋକ ବୋଲି କହିବାକୁ ପଛାଇ ନାହାଁନ୍ତି । ତେବେ ସାଜିଦଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ଭଉଣୀ ଫରହା ଖାନ୍ ତାଙ୍କ ସାଥ୍ ଛାଡି #MeToo ମୁଭମେଂଟଙ୍କୁ ସମର୍ଥନ କରିଛନ୍ତି ।

ଦେଖନ୍ତୁ କଣ କହୁଛନ୍ତି ସାଜିଦ୍ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.