Below header

ରାମବିଳାସ ପାଶବାନଙ୍କ ସରକାରୀ ବଙ୍ଗଳା ଛାଡ଼ିବା ମୁଡ୍‌ରେ ନାହାନ୍ତି ଚିରାଗ, ନୋଟିସ୍‌ ମିଳିବା ପରେ ସ୍ଥାପନ କଲେ ବାପାଙ୍କ ପ୍ରତିମୂର୍ତ୍ତି

ଦିଲ୍ଲୀସ୍ଥିତ ୧୨ ଜନପଥର ବଙ୍ଗଳାକୁ ଖାଲି କରିବା ମୁଡ୍‌ରେ ନାହାନ୍ତି ଲୋକ ଜନଶକ୍ତି ପାର୍ଟିର ସାଂସଦ ଚିରାଗ ପାଶବାନ୍‌। ପିତା ରାମବିଳାସ ପାଶବାନଙ୍କ ନାଁରେ ଆଲର୍ଟ ହୋଇଥିବା ଏହି ବଙ୍ଗଳାକୁ ନ ଛାଡ଼ିବାକୁ ସେ ଏବେ ସେଠାରେ ବାପାଙ୍କର ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ଚିରାଗଙ୍କର ଏହି କାମ ପରେ ସେ ବଙ୍ଗଳା ଛାଡ଼ିବାକୁ ଇଚ୍ଛୁକ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସ୍ୱର୍ଗତ ରାମବିଳାସ ପାଶବାନ୍‌ଙ୍କ ନାଁରେ ଆଲର୍ଟ ହୋଇଥିବା ଏହି ବଙ୍ଗଳା ଏବେ କେନ୍ଦ୍ର ଆଇଟି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦିଆଯାଇଛି।

ରାମବିଳାସ ପାଶବାନ ଦେଶର ଜଣେ ଏମିତି ନେତା, ଯିଏ ୧୯୯୦ ଦଶକରୁ କେନ୍ଦ୍ରରେ ଗଢ଼ିଥିବା ପ୍ରାୟ ସବୁ ସରକାରରେ ମନ୍ତ୍ରୀ ଭାବେ କାମ କରିଛନ୍ତି। ଏହି କାରଣରୁ ପ୍ରାୟ ୩୦ ବର୍ଷ ଧରି ଏହି ବଙ୍ଗଳା ତାଙ୍କ ନାଁରେ ଆଲର୍ଟ ରହିଛି। ଗତବର୍ଷ କେନ୍ଦ୍ର ମନ୍ତ୍ରୀ ଥିବା ଅବସ୍ଥାରେ ରାମବିଳାସ ପାଶବାନ୍‌ଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁରେ ଏହି ବଙ୍ଗଳା ଆଲର୍ଟ କରାଯାଇଛି।

ବର୍ତ୍ତମାନ ଏହି ବଙ୍ଗଳାରେ ଚିରାଗ ପାଶବାନ୍‌ ନିଜ ମା’ଙ୍କ ସହ ରହୁଛନ୍ତି। ଚିରାଗଙ୍କୁ ନୋଟିସ୍‌ ଜାରି କରି ବଙ୍ଗଳା ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ତାଙ୍କର ବୋଧେ ବଙ୍ଗଳା ଛାଡ଼ିବାକୁ ଇଚ୍ଛା ନାହିଁ। ଏଣୁ ନୋଟିସ୍‌ର ଉତ୍ତର ଦେବା ବଦଳରେ ସେ ବଙ୍ଗଳାରେ ରାମବିଳାସ ପାଶବାନ୍‌ଙ୍କ ମୂର୍ତ୍ତି ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ ଯେ ଚିରାଗଙ୍କୁ ନୋଟିସ୍‌ ପଠାଇବାର ଇତି ମଧ୍ୟରେ ୨୦ରୁ ଅଧିକ ଦିନ ବିତିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.