Below header

ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା : ଖ୍ରୀଷ୍ଟିଆନ୍‌ ମାଇକେଲ୍‌ ନାଁ ନେଇଛି ସୋନିଆ ଗାନ୍ଧିଙ୍କର

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ମାମଲାରେ ନାଁ ଆସିଛି ସୋନିଆ ଗାନ୍ଧିଙ୍କର । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଦାବି କରିଛି ସୋନିଆଙ୍କ ନାମ ସହ ଇଟାଲୀୟ ମହିଳାଙ୍କ ପୁଅ କଥା କହିଛି ଖ୍ରୀଷ୍ଟିଆନ୍‌ ମାଇକେଲ୍‌ । ଏ ସମ୍ପର୍କରେ କୋର୍ଟଙ୍କୁ ମଧ୍ୟ ଅବଗତ କରାଯାଇଛି । ଦୁବାଇରୁ ପ୍ରତ୍ୟର୍ପଣ ଜରିଆରେ ମାଇକେଲ୍‌ଙ୍କୁ ଇଡି ଭାରତ ଆଣି ପଚରା ଉଚରା କରୁଛି । ହେଲିକପ୍ଟର କିଣାରେ ଦୁର୍ନୀତି ମାମଲା ତଦନ୍ତ ଚାଲିଥିବା ବେଳେ ମାଇକେଲ ଏହି ଡିଲ୍‌ରୁ ୨୨୫ କୋଟି ଟଙ୍କା ପାଇଥିବା ଗତ ୨୦୧୬ରେ କହିଥିଲେ । ତାଙ୍କର କାହା ସହିତ ଲିଙ୍କ ଥିଲା ସେ ସବୁର ତଦନ୍ତ କରୁଛି ଇଡି । ତାଙ୍କ ରିମାଣ୍ଡ ଅବଧି ଆହୁରି ୭ ଦିନ ବଢ଼ାଇ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.