କିଟ୍‌ କ୍ରିକେଟ୍‌ କୋଚ୍‌ ରଶ୍ମିତା ଓ ପୂର୍ବତନ ରଣଜୀ ଅଧିନାୟକ ଅଶୋକାନନ୍ଦ ପାଇବେ କମଲ ଗାଙ୍ଗୁଲି ପୁରସ୍କାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜଣାଶୁଣା ମହିଳା କ୍ରିକେଟ୍‌ କୋଚ୍‌ ରଶ୍ମିତା ମହାନ୍ତି ଏବଂ ପୂର୍ବତନ ରଣଜୀ ଅଧିନାୟକ ଅଶୋକାନନ୍ଦ ଜେନା ୨୦୧୮ ବର୍ଷ ପାଇଁ ପାଇବେ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର । ରଶ୍ମିତାଙ୍କୁ କମଲ ଗାଙ୍ଗୁଲି ଶ୍ରେଷ୍ଠ କୋଚ୍‌ ପୁରସ୍କାର ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଜୀବନ ବ୍ୟାପି ଅବଦାନ ପାଇଁ ଅଶୋକାନନ୍ଦ ପୁରସ୍କୃତ ହେବେ । ସୂଚନା ଥାଉ କି ବିଶିଷ୍ଟ କ୍ରିକେଟ୍‌ କୋଚ୍‌ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଲବ୍‌ ପକ୍ଷରୁ ୨୦୧୨ରୁ କମଲ ଗାଙ୍ଗୁଲି ସ୍ମୃତି ପୁରସ୍କାର ଏବଂ ୨୦୧୪ରୁ ଜୀବନ ବ୍ୟାପି ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଉଛି ।
ଅଶୋକାନନ୍ଦ ୧୯୬୧-୬୨ରୁ ୧୯୭୩-୭୪ ପର୍ଯ୍ୟନ୍ତ ଜଣେ କ୍ରିକେଟ୍‌ ଖେଳାଳି ଭାବେ ବେଶ୍‌ ନାମ କମାଇଥିଲେ । ଏହା ସହିତ ଅନେକ ବର୍ଷ ଧରି ଓଡ଼ିଶା ରଣଜୀ ଦଳର ଅଧିନାୟକ ରହିଥିଲେ । ସେହିପରି ବର୍ତ୍ତମାନ କିଟ୍‌ ବିଶ୍ୱବିଦ୍ୟାଳୟରେ କ୍ରିକେଟ୍‌ କୋଚ୍‌ ଭାବେ କାର୍ଯ୍ୟ କରୁଥିବା ରଶ୍ମିତା ଅନେକ ମହିଳା ଖେଳାଳିଙ୍କୁ ତିଆରି କରିଛନ୍ତି । ସେ ଓଡ଼ିଶାର ପ୍ରଥମ ମହିଳା ଭାବେ କ୍ରିକେଟ୍‌ କୋଚିଂରେ ବିଧିବଦ୍ଧ ତାଲିମ ନେଇ ପ୍ରଶିକ୍ଷଣ ଦେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.