ନିର୍ବଚନ ବେଳେ ମମତା ପାଦରେ ପ୍ଲାଷ୍ଟର ଭିଡନ୍ତି, ନିର୍ବାଚନ ସରିଗଲେ ଠିକ ହୋଇଯିବେ : କଂଗ୍ରେସ

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁନେଇ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ । ଶ୍ରୀ ଚୌଧୁରୀ କହିଛନ୍ତି, ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ମମତା ତାଙ୍କ ଗୋଡରେ ପ୍ଲାଷ୍ଟର ବାନ୍ଧନ୍ତି ।

କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁନେଇ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ । ଶ୍ରୀ ଚୌଧୁରୀ କହିଛନ୍ତି, ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ମମତା ତାଙ୍କ ଗୋଡରେ ପ୍ଲାଷ୍ଟର ବାନ୍ଧନ୍ତି ।

ପୁଣି ନିର୍ବାଚନ ସରିଗଲେ ସେ ଠିକ ହୋଇଯାଆନ୍ତି । ଏଇଟା ତାଙ୍କର ନୂଆ କଥା ନୁହେଁ । ନିର୍ବାଚନ ଆସିଲେ ମମତାଙ୍କ ଗୋଡରେ ଆଘାତ ଲାଗେ, ସେ ପ୍ଲାଷ୍ଟର ବାନ୍ଧି ହ୍ଵିଲ ଚେୟାରେ ବୁଲନ୍ତି । ଅଧୀର ରଂଜନ କହିଛନ୍ତି, ଏହା ତାଙ୍କର କେବଳ ଚାଲ୍‌, ସେ ଭୋଟରଙ୍କୁ ବୋକା ବନାଇ କେବଳ ସହାନୁଭୂତି ପାଇବା ପାଇଁ ଏହା କରୁଛନ୍ତି ।  ଏହା ପୂର୍ବରୁ ବିଧାନସଭା ନିର୍ବାଚନରେ ମଧ୍ୟ ମମତା ଗୋଡରେ ପ୍ଲାଷ୍ଟର ବାନ୍ଧି ହ୍ଵିଲ ଚେୟାରରେ ବସି ପ୍ରଚାର କରୁଥିଲେ ।

ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି, ତେଣୁ ସେ ଗୋଡରେ ପ୍ଲାଷ୍ଟର ବାନ୍ଧି ଭୋଟରଙ୍କୁ ବୋକା ବନାଉଛନ୍ତି । ନିର୍ବାଚନ ସରିଲେ ତାଙ୍କ ଗୋଡ ଠିକ ହୋଇଯିବ ବୋଲି କଂଗ୍ରେସ ନେତା ଅଧିର ରଂଜନ କହିଛନ୍ତି ।
ପ୍ରକାଶଯୋଗ୍ୟ, ଗତ ୨୭ ତାରିଖରେ ମମତା ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ବାଗୋଡୋଗ୍ରାକୁ ହେଲିକେପ୍ଟରରେ ଯାଉଥିବା ବେଳେ ପାଇଲଟ ସିଲିଗୁଡି ସ୍ଥିତ ବାୟୁସେନା ଘାଟିରେ ଜରୁରୀ ଅବତରଣ କରିଥିଲା ।

ବର୍ଷା-ପବନରେ ହେଲିକେପ୍ଟର ଦୋହଲିବାରୁ ତାଙ୍କ ଅଣ୍ଟା ଓ ଗୋଡରେ ଆଘାତ ଲାଗିଥିଲା । ଯେଉଁଥିପାଇଁ ମମତା ଏବେ ତାଙ୍କ ଗୋଡ ପ୍ଲାଷ୍ଟର କରିଛନ୍ତି । ମମତାଙ୍କ ଲିଗାମେଣ୍ଟରେ ଆଘାତ ଲାଗିଥିବାରୁ ଜଣେ ସରକାରୀ ଡାକ୍ତର ତାଙ୍କୁ ମେଡିକାଲରେ ଆଡମିଶନ ପାଇଁ କହିଥିଲେ । ତେବେ ମମତା ଘରେ ରହି ଚିକିତ୍ସିତ ହେବା ପାଇଁ ଚାହୁଁଛନ୍ତି ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.