ଗୁଜରାଟ: କାଳ ସାଜିଲା ବର୍ଷା, ଶିଳ୍ପାଞ୍ଚଳରେ କାରଖାନାର କାନ୍ଥ ଭୁଶୁଡ଼ି ୪ ଶିଶୁ ମୃତ

ପ୍ରବଳ ବର୍ଷା ଯୋଗୁ ଗୁରୁବାର ଗୁଜରାଟର ହଲୋଲରେ ଥିବା ଏକ ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ଏକ କାରଖାନାର କାନ୍ଥ ଅସ୍ଥାୟୀ ତମ୍ବୁ ଉପରେ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି।

ପ୍ରବଳ ବର୍ଷା ଯୋଗୁ ଗୁରୁବାର ଗୁଜରାଟର ହଲୋଲରେ ଥିବା ଏକ ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ଏକ କାରଖାନାର କାନ୍ଥ ଅସ୍ଥାୟୀ ତମ୍ବୁ ଉପରେ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୫ ଜଣ ଆହତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ମୃତ ଶିଶୁମାନଙ୍କର ବୟସ ପାଞ୍ଚ ବର୍ଷରୁ କମ୍ ଥିବା ଜଣାପଡ଼ିଛି।

ସୂଚନା ମୁତାବକ, ମୃତ ଏବଂ ପୀଡ଼ିତଙ୍କ ପରିବାର ମଧ୍ୟ ପ୍ରଦେଶର ଧାର ଜିଲ୍ଲାର ବାସିନ୍ଦା। ଏମାନେ ଚନ୍ଦ୍ରପୁରା ଗ୍ରାମରେ ଥିବା ଏକ ରାସାୟନିକ କାରଖାନା ନିକଟ ନିର୍ମାଣ ସ୍ଥଳରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ।

ଜିଲ୍ଲା ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଶ୍ରମିକଙ୍କ ପରିବାର କାରଖାନାର ସୀମା ପ୍ରାଚୀର ନିକଟରେ ଅସ୍ଥାୟୀ ତମ୍ବୁ ନିର୍ମାଣ କରି ରହୁଥିଲେ। ପ୍ରବଳ ବର୍ଷାରେ କାନ୍ଥଟି ହଠାତ୍‌ ଶ୍ରମିକଙ୍କ ପରିବାର ଉପରେ ଭୁଶୁଡି ପଡ଼ିଥିଲା।

ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ୪ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଦୁଇ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.