ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ଟୋଲଗେଟରେ ବେଆଇନ ଚାନ୍ଦା ଆଦାୟ ଅଭିଯୋଗ, ୧ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ

ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲଗେଟରେ ବେଆଇନ ଭାବେ ଓଭର ଲୋଡିଂ ଦର୍ଶାଇ ପ୍ରତେକ ଟ୍ରକ ଗୁଡିକରୁ ୫୪୫ଟଙ୍କା ଦୀର୍ଘ ଦିନ ହେବ ଆଦାୟ କରାଯାଉଛି। ଫାଷ୍ଟ ଟ୍ୟାଗରୁ କାଟୁଥିବା ଦେୟ ପରେ ଏହା ଗେଟ ପକ୍ଷରୁ ଜୋର ଜବରଦସ୍ତ ଆଦାୟ କରାଯାଉଥିବା ସଂଘ ଅଭିଯୋଗ କରିଛି।

ଯାଜପୁର (କେନ୍ୟୁଜ): ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ଶ୍ରୀରାମପୁର ଟୋଲଗେଟରେ ବେଆଇନ ଚାନ୍ଦା ଆଦାୟ ଅଭିଯୋଗ। ଏନେଇ ଆସନ୍ତା ୧ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ। ଏନେଇ ଆଜି ଚଣ୍ଡିଖୋଲ ସ୍ଥିତ କାର୍ଯ୍ୟାଳୟରେ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲଗେଟରେ ବେଆଇନ ଭାବେ ଓଭର ଲୋଡିଂ ଦର୍ଶାଇ ପ୍ରତେକ ଟ୍ରକ ଗୁଡିକରୁ ୫୪୫ଟଙ୍କା ଦୀର୍ଘ ଦିନ ହେବ ଆଦାୟ କରାଯାଉଛି। ଫାଷ୍ଟ ଟ୍ୟାଗରୁ କାଟୁଥିବା ଦେୟ ପରେ ଏହା ଗେଟ ପକ୍ଷରୁ ଜୋର ଜବରଦସ୍ତ ଆଦାୟ କରାଯାଉଥିବା ସଂଘ ଅଭିଯୋଗ କରିଛି। ଏହାର ପ୍ରତିବାଦ କରି ସଂଘ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ସଡ଼କ ପରିବହନ ବିଭାଗ, ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏହି ବେଆଇନ ଟଙ୍କା ଆଦାୟକୁ ବନ୍ଦ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ମାତ୍ର ତାହା ଏଯାବତ କାର୍ଯ୍ୟକାରୀ ହେଲା ନାହିଁ। ଏଣୁ ଆସନ୍ତା ୩୦ତାରିଖ ସୁଦ୍ଧା ଏହି ବେଆଇନ ଟଙ୍କା ଆଦାୟ ବନ୍ଦ କରାନଗଲେ ଆସନ୍ତା ଜୁଲାଇ ୧ତାରିଖରୁ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ପକ୍ଷରୁ ଶ୍ରୀରାମପୁର ଟୋଲଗେଟ ନିକଟରେ ଧାରଣା ଦିଆଯିବ ବୋଲି ଆହୁତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଅଜାମ୍ବର ସାହୁ, ଉପଦେଷ୍ଟା ଚନ୍ଦନ କୁମାର ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.