କର୍ଣ୍ଣାଟକ ବିଜେପି ନେତାଙ୍କ ଘରେ ଚାଲିଥିବା ବୈଠକରେ ପଶିଲା ନାଗ ସାପ, ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ: ଭିଡିଓ ଭାଇରଲ
କର୍ଣ୍ଣାଟକ ବିଜେପି କ୍ୟାମ୍ପ ଅଫିସରେ ହଠାତ୍ ସାପ ପଶି ଯିବାରୁ ସେଠାରେ ଉପସ୍ଥିତ ଥିବା ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏହି ସମୟରେ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଉପସ୍ଥିତ ଥିଲେ।
![karnatk cobra](https://knewsodisha.com/wp-content/uploads/2023/05/karnatk-cobra.jpg)
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣତି ଚାଲିଛି । ଆଉ ଏହି ସମୟରେ ବିଜେପି ନେତା ଶିବରାଜ ସଜ୍ଜନଙ୍କ ବାସଭବନରେ ଏକ ନାଗସାପ ପଶିଯାଇଥିବା ଖବର ମିଳିଛି । ଏହି ସମୟରେ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଉପସ୍ଥିତ ଥିଲେ। ସାପ ମିଳିବା ଖବର ପରେ କ୍ୟାମ୍ପରେ ଆତଙ୍କ ସୃଷ୍ଟି ହୋଇଥିଲା । ପରେ ସୁରକ୍ଷାକର୍ମୀ ତୁରନ୍ତ ସାପକୁ ବାହାର କରିଥିଲେ । ତାଙ୍କ ବାସଭବନରେ ବିଜେପିର ବୈଠକ ଚାଲିଥିଲା ।
କ୍ୟାମ୍ପ ଅଫିସରେ ହଠାତ୍ ସାପ ପଶି ଯିବାରୁ ସେଠାରେ ଉପସ୍ଥିତ ଥିବା ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସୁରକ୍ଷା କର୍ମୀ ଏବଂ ସାପଧରାଳି ଆସି ନାଗଟିକୁ ଉଦ୍ଧାର କରିଥିଲେ।
#WATCH A snake which had entered BJP camp office premises in Shiggaon, rescued; building premises secured amid CM’s presence pic.twitter.com/1OgyLLs2wt
— ANI (@ANI) May 13, 2023
କର୍ଣ୍ଣାଟକରେ ୮ଟାରୁ ନିର୍ବାଚନ ଗଣତି ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା କଂଗ୍ରେସରେ ଏବେ ୧୩୩ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୬୫ଟି ଓ ଜେଡିଏସ ୨୨ଟି ସିଟରେ ଆଗରେ ରହିଛନ୍ତି ।