Below header

ରାଜ୍ଯ ପର୍ଯ୍ଯଟନ ବିଭାଗ ସହାୟତାରେ ଚିଲିକାରେ ଚାଲିଛି ତାଲିମ୍ ଶିବିର

ଚିଲିକାକୁ ଆସୁଥିବା ପର୍ଯ୍ଯଟକଙ୍କୁ ଅତିଥି ସତ୍କାର ସହ ଜରୁରୀକାଳୀନ ପରିସ୍ଥିତି କିପରି ତୁରନ୍ତ ସାହାଯ୍ଯ କରାଯାଇ ପାରିବ ସେଥିପାଇଁ ପାଇଁ ନୌକା ଚାଳକଙ୍କୁ ଦିଆଯାଇଛି ତାଲିମ ।

ଟାଙ୍ଗୀ (କେନ୍ୟୁଜ୍): ମାରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ବର୍ଷ ତମାମ ପର୍ଯ୍ଯଟକଙ୍କ ଆଗମନ ହୋଇଥାଏ। ସେଥିପାଇଁ ପର୍ଯ୍ଯଟକ ମାନଙ୍କ ଚିଲିକାରେ ପରିଭ୍ରମଣ ପାଇଁ ଯାତ୍ରୀବାହୀ ଡଙ୍ଗା ପ୍ରସ୍ତୁତ ଥାଏ। କିନ୍ତୁ ବେଳେ ବେଳେ ଚିଲିକାରେ ଅଘଟଣ ମଧ୍ୟ ଘଟିଥାଏ। ଯେଉଁଥିପାଇଁ ଧନ ଜୀବନ ମଧ୍ୟ ଚାଲିଯାଏ । କିନ୍ତୁ ଆପତ୍ତିକାଳୀନ ପରିସ୍ଥିତିରେ କି ସେବା ଜରୁରୀ ତାହା ଜାଣି ପାରନ୍ତି ନାହିଁ ନୌଚାଳକ ମାନେ । ଏଣୁ ସେମାନଙ୍କ ପାଇଁ ରାଜ୍ଯ ପର୍ଯ୍ଯଟନ ବିଭାଗ ସହାୟତାରେ ଚାଲିଛି ୯ଦିବସୀୟ ତାଲିମ୍ ଶିବିର।

କାହାର ନିଃଶ୍ୱାସ ବନ୍ଦ ହୋଇଯାଇଛି ତ କାହାର ଗଳାରେ କଣ ଗୋଟେ ଲାଗିଯାଇଛି। ପୁଣି କାହାର ଗୋଡ ଭାଙ୍ଗି ଯାଇଛି । ଏଣୁ ଏଭଳି ଅସହାୟ ବ୍ଯକ୍ତିଙ୍କୁ ପ୍ରାଥମିକ ସହାୟତା କିଭଳି ଯୋଗାଯାଇପାରିବ ସେନେଇ କିଛି ଯୁବକଙ୍କୁ ଦିଆଯାଉଛି ତାଲିମ୍ । ଏହି ତାଲିମ ଶିବିର ୯ଦିନ ଧରି ଚାଲିବ। ଏଠାରେ ତାଲିମ୍‌ ନେଉଛନ୍ତି ଚିଲିକା ପର୍ଯ୍ଯଟନ ଡଙ୍ଗା ଚାଳକ। ଓଡ଼ିଶା ପର୍ଯ୍ଯଟନ ବିଭାଗ ସହାୟତାରେ ଚାଲିଛି ପର୍ଯ୍ଯଟନ ସଚେତନତା ଓ ଜୀବନ ସୁରକ୍ଷା କୌଶଳ ତାଲିମ ।

ଏହି ଶିବିରରେ ବାଲୁଗାଁ, ବଡକୁଳ ଓ ସାତପଡ଼ା ଅଞ୍ଚଳର ମୋଟ ୨୧୦ ପର୍ଯ୍ଯଟନ ଡଙ୍ଗା ଚାଳକ ନେବେ ତାଲିମ। ପ୍ରଯ୍ଯାୟ କ୍ରମେ ଦିଆଯିବ ପ୍ରଶିକ୍ଷଣ। ଚିଲିକାରେ ଅଘଟଣ ଘଟିଲା ବେଳେ ପର୍ଯ୍ଯଟକ ମାନଙ୍କ କିପରି ପ୍ରଥମିକ ସୁରକ୍ଷା ଦିଆଯିବ। ତାହା ସହିତ କିପରି ପର୍ଯ୍ଯଟକଙ୍କୁ ଆକର୍ଷଣ କରାଯିବ ତାହା ଉପରେ ମାଷ୍ଟର ଟ୍ରେନର ଦେଉଛନ୍ତି ତାଲିମ ।

ଏହି ତାଲିମ ଶିବିର ପ୍ରଥମ ପର୍ଯ୍ଯାୟରେ ବଡକୁଳ ସ୍ଥିତ ସିଡିଏ କାର୍ଯ୍ଯାଳୟ ଠାରେ ଆନୁଷ୍ଠାନିକ ଭାବେ ନୋଡାଲ ଅଫିସର ଡକ୍ଟର ଏମଡି ସବିର ହୁସେନ ଓ ଆଡ଼ିସିନାଲ ଚିଫ୍‌ ଅଗ୍ୟୁକୁଟି, ସିଡିଏ ଅମ୍ଳାନ ନାୟକ ଉଦଘାଟନ କରିଥିଲେ। ଏହି ଶିବିରରେ ଉପସ୍ଥିତ ସମସ୍ତ ପର୍ଯ୍ଯଟନ ଡଙ୍ଗା ଚାଳକ ଅତ୍ୟନ୍ତ ଜରୁରୀ ମନେକରୀ ନିଜକୁ ପ୍ରସ୍ତୁତ କରି ତାଲିମ ନେଉଛନ୍ତି। ଏପଟେ ସେମାନଙ୍କ କହିବା କଥା ଏଠାରୁ ଶିକ୍ଷା ପାଉଥିବା କୌଶଳ ସେମାନଙ୍କର ନିଶ୍ଚିତ କାର୍ଯ୍ଯରେ ଲାଗିବ। ଏଣୁ ସରକାରଙ୍କୁ ସେମାନେ ଧନ୍ଯବାଦ୍‌ ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.