BSF ହେଡ କନେଷ୍ଟବଳ ପଦବୀ ପାଇଁ ଆବେଦନ କରିନାହାନ୍ତି କି ? ତୁରନ୍ତ କରିନିଅନ୍ତୁ

BSF ହେଡ କନେଷ୍ଟବଳ ପଦବୀରେ ଆବେଦନ ପାଇଁ ବଢିଲା ତାରିଖ । ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ୧୨ ମଇ, ୨୦୨୩ ରହିଥିବା ବେଳେ ଏହାକୁ ଏବେ ୨୧ ମଇ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ଭାରତୀୟ ସେନାରେ ଚାକିରି କରିବାକୁ ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ଖୁସି ଖବର । ବିଏସଏଫ ପକ୍ଷରୁ ହେଡ କନେଷ୍ଟବଳ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଥିଲା । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୧୨ ମଇ ୨୦୨୩ ରହିଥିବା ବେଳେ ଏବେ ଏହାକୁ ବଢାଇ ଦିଆଯାଇଛି ୨୧ ମଇ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇଛି ।

ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ  rectt.bsf.gov.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନପତ୍ର ଜମା କରିବାର ଶେଷ ତାରିଖ ୨୧ ମଇ ରହିଛି ।

ପଦବୀ ବିବରଣୀ : ୨୪୭

ହେଡ କନେଷ୍ଟବଳ( ରେଡିଓ ଅପରେଟର) : ୨୧୭
ହେଡ କନେଷ୍ଟବଳ(ରେଡିଓ ମେକାନିକ) : ୩୦

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଦଶମ ପାସ୍‌ କରିବା ସହିତ ୬୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ଏହାସହିତ ୧୨ଶ ପାସ୍‌ କରିଥିବା ପ୍ରାର୍ଥୀ ଆଇଟିଆଇ ସାର୍ଟିଫିକେଟ ରଖିଥିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରୁଥିବା ଅଣସଂରକ୍ଷିତ/EWS/ଓବିସି ପ୍ରାର୍ଥୀ ପରୀକ୍ଷା ବାବାଦରେ ୧୪୭.୨୦ ପଇସା ଦେବାକୁ ହେବ ।ସେହିପରି ଅନ୍ୟମାନେ କୌଣସି ଶୁଳ୍କ ଦେବେ ନାହିଁ ।

ଜାଣନ୍ତୁ କେମିତି କରିବେ ଆବେଦନ :

ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରଥେମ ଅଫିସିଆଲ ୱେବସାଇଟ rectt.bsf.gov.in କୁ ଯାଆନ୍ତୁ ।

ତା’ ପରେ ହୋମପେଜରେ Apply Here” link against “Group-C Head Constable (Radio Operator) and Head Constable (Radio Mechanic)” ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

କ୍ଲିକ୍‌ ହେବା ପରେ ଏକ ପେଜ ଖୋଲିବ । ସେଥିରେ ଏକ ଆପ୍ଲିକେସନ ଫର୍ମ ମିଳିବ ।

ଏଠାରେ ନିଜର ସଂପୂର୍ଣ୍ଣ ବିବରଣୀ ଭରିବା ପରେ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।

ଡକ୍ୟୁମେଣ୍ଟ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଜମା କରିବା ପରେ ସବମିଟ୍‌ କରନ୍ତୁ ।

ଫର୍ମ ସବମିଟ୍‌ କରିବା ପରେ ଫର୍ମ ଡାଉନଲୋଡ କରି ଏହାର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://rectt.bsf.gov.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.