କର୍ଣ୍ଣାଟକ: ନିର୍ବାଚନ ଇସ୍ତାହାରରେ ବଡ଼ ଘୋଷଣା କଲା କଂଗ୍ରେସ, ମାଗଣା ବିଜୁଳି, ବସ୍‌ ଯାତ୍ରା ଓ ୧୦ କିଲୋ ଚାଉଳ…

କର୍ଣ୍ଣାଟକ ଭୋଟରଙ୍କ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା। ନିର୍ବାଚନ ଇସ୍ତାହାରରେ ବଡ଼ ଘୋଷଣା କରିଛି କଂଗ୍ରେସ। ମାଗଣାରେ ମିଳିବ ବିଜୁଳି। ସରକାରକୁ ଆସିଲେ ଲୋକଙ୍କୁ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦେବ କଂଗ୍ରେସ।

କର୍ଣ୍ଣାଟକ ଭୋଟରଙ୍କ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା। ନିର୍ବାଚନ ଇସ୍ତାହାରରେ ବଡ଼ ଘୋଷଣା କରିଛି କଂଗ୍ରେସ। ମାଗଣାରେ ମିଳିବ ବିଜୁଳି। ସରକାରକୁ ଆସିଲେ ଲୋକଙ୍କୁ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦେବ କଂଗ୍ରେସ। ପରିବାରରେ ମହିଳା ମୁଖ୍ୟଙ୍କୁ ମାସିକ ଦୁଇ ହଜାର ଟଙ୍କା ଦେବାକୁ ଘୋଷଣା କରିଛି।

ବେକାର ସ୍ନାତକଙ୍କୁ ୨ ବର୍ଷ ଯାଏ ମାସିକ ୩ ହଜାର ଟଙ୍କା ମିଳିବ। ବେକାର ଡିପ୍ଲୋମାଧାରୀଙ୍କୁ ଦିଆଯିବ ମାସିକ ୧୫ ଶହ ଟଙ୍କା। କଂଗ୍ରେସ ସରକାରକୁ ଆସିଲେ କର୍ଣ୍ଣାଟକ ସରକାରୀ ବସ୍‌ରେ ସମସ୍ତ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା ଦିଆଯିବ।

କଂଗ୍ରେସ ଇସ୍ତାହାରରେ ଘୋଷଣା କରିଛି, ବିପିଏଲ ପରିବାରଙ୍କୁ ୧୦ କେଜି ଖାଦ୍ୟଶସ୍ୟ। ସେହିପରି ନ୍ୟାସନାଲ୍ ଏଜୁକେସନ୍ ପଲିସି ବଦଳରେ ନିଜସ୍ୱ ଷ୍ଟେଟ ଏଜୁକେସନ୍ ପଲିସି ଆଣିବାକୁ ଘୋଷଣା କରିଛି କଂଗ୍ରେସ।

କଂଗ୍ରେସ ଇସ୍ତାହାରରେ ଅନ୍ୟାନ୍ୟ ଘୋଷଣା

-୧ ବର୍ଷ ଭିତରେ ସମସ୍ତ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରାଯିବ।

-ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ପ୍ରତ୍ୟେକ ବର୍ଷ ୫୦୦ ଲିଟର କରମୁକ୍ତ ଡିଜେଲ ମିଳିବ।

-ମତ୍ସ୍ୟଜୀବୀମାନଙ୍କୁ ୬ ହଜାର ଟଙ୍କା ମାସିକ ଭତ୍ତା ପ୍ରଦାନ କରାଯିବ।

-ରାତ୍ରି ଡ୍ୟୁଟିରେ ଥିବା ପୋଲିସ ଅଧିକାରୀମାନଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ସ୍ୱତନ୍ତ୍ର ଭତ୍ତା ଏବଂ ପ୍ରତି ବର୍ଷ ଏକ ମାସର ଅତିରିକ୍ତ ବେତନ ପ୍ରଦାନ କରାଯିବ।

-ଗ୍ରହ ଜ୍ୟୋତି ଯୋଜନା ଅଧୀନରେ ପ୍ରତ୍ୟେକ ଘରକୁ ୨୦୦ ୟୁନିଟ୍‌ ମାଗଣା ବିଜୁଳି ମିଳିବ।