୪୦ବର୍ଷର ସଂଘର୍ଷ ପରେ ପୂରଣ ହେବ ଚାଷୀଙ୍କ ସ୍ୱପ୍ନ, ଶେଷରେ ଶୁଣିଲା ପ୍ରଶାସନ
ଶେଷରେ ଚାଷୀଙ୍କ ଦାବି ଶୁଣିଲା ପ୍ରଶାସନ। ହଟିବ ବାଉଁଶ ଆଉ ନିର୍ମାଣ ହେବ କଂକ୍ରିଟ ପୋଲ। ମାସେ କି ଦୁଇମାସେ ନୁହେଁ। ବର୍ଷେ କି ଦୁଇ ବର୍ଷ ନୁହେଁ। ଦଶନ୍ଧି ଦଶନ୍ଧି ଧରି ବାଉଁଶ ପୋଲ ଉପରେ ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଥିବା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ପେଗରପଡ଼ା ଓ ଓଳାଭାର ପଂଚୟତର ୨ହଜାର ଚାଷୀଙ୍କ ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି।

ଆଳି(କେନ୍ୟୁଜ୍): ୪୦ବର୍ଷର ସଂଘର୍ଷ ପରେ ପୂରଣ ହେବ ଚାଷୀଙ୍କ ସ୍ୱପ୍ନ। ଶେଷରେ ଚାଷୀଙ୍କ ଦାବି ଶୁଣିଲା ପ୍ରଶାସନ। ହଟିବ ବାଉଁଶ ଆଉ ନିର୍ମାଣ ହେବ କଂକ୍ରିଟ ପୋଲ। ମାସେ କି ଦୁଇମାସେ ନୁହେଁ। ବର୍ଷେ କି ଦୁଇ ବର୍ଷ ନୁହେଁ। ଦଶନ୍ଧି ଦଶନ୍ଧି ଧରି ବାଉଁଶ ପୋଲ ଉପରେ ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଥିବା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ପେଗରପଡ଼ା ଓ ଓଳାଭାର ପଂଚୟତର ୨ହଜାର ଚାଷୀଙ୍କ ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି।
ବାଉଁଶ ପୋଲ ଭଙ୍ଗା ଯାଇ ଏବେ କଂକ୍ରିଟ ପୋଲ ନିର୍ମାଣ ହେବ। ଏମିତି କି ପୋଲ ନିର୍ମାଣ ପାଇଁ କୌଣସି ନେତା କି ପ୍ରଶାସନିକ ଅଧିକାରୀ ନୁହନ୍ତି, ବରଂ ଶହ ଶହ ପୁରୁଷ ଓ ମହିଳା ଚାଷୀମାନେ ଏକାଠି ହୋଇ ପୋଲ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ଦୀର୍ଘ ଦିନହେବ ପେଗରପଡ଼ା ପଂଚାୟତର ବଳିଭଣ୍ଡା ଠାରେ ଥିବା ଚଢ଼େଇଖିଆ ନାଳ ଉପରେ ଥିବା ଏହି ବାଉଁଶ ପୋଲ ଉପରେ ଚାଷୀମାନେ ବିପଦପୂର୍ଣ ଭାବେ ଯାଆ ଆସ କରୁଥିଲେ। ଏହି ନାଳରୁ ଖସିପଡ଼ି ଦୁଇଜଣ ଚାଷୀଙ୍କ ମୃତ୍ୟୁ ହେବା ପରେ ନାଳ ଆରପଟେ ଥିବା ଚାଷ ଜମିକୁ ଯିବାକୁ ମଧ୍ୟ ଭୟ କରୁଥିଲେ।
ଫଳରେ ନାଳ ଉପରେ ପୋଲ ନିର୍ମାଣ ପାଇଁ ଚାଷୀମାନେ ବିଭିନ୍ନ ଫୋରମରେ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ କଥାକୁ ଅଣଦେଖା କରି ଆସୁଥିଲା।ଏମିତି କି ସେମାନଙ୍କ ଦାବି ଶୀତଳ ଭଣ୍ଡାରରେ ପଡ଼ିରହିଥିଲା। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ଚାଷୀମାନେ ରାଜରାସ୍ତକୁ ଓହ୍ଲାଇବାକୁ ଚେତାବନୀ ଦେବା ପରେ ଚାଷୀଙ୍କ ଦାବି ଶୁଣିଛି ପ୍ରଶାସନ। ଆଉ ଏନେଇ ଡ୍ରେନେଜ ବିଭାଗ ପକ୍ଷରୁ ୧୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚଢ଼େଇଖିଆ ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଏବେ ନିଷ୍ପତ୍ତି ହୋଇଛି।ଆଉ ଏହି ପୋଲ ନିର୍ମାଣପାଇଁ ଚାଷୀମାନେ ଏକାଠି ହୋଇ ପୂଜାର୍ଚ୍ଚନା କରିଛନ୍ତି।