NCP ଅଧ୍ୟକ୍ଷ ପଦ ଛାଡିଲେ ଶରଦ ପାଓ୍ଵାର, ଇସ୍ତଫା କାରଣ ଏପର୍ଯ୍ୟନ୍ତ ଜଣାପଡିନି
NCP ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଶରଦ ପାଓ୍ଵାର। ରାଷ୍ଟ୍ରୀୟ ସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ କାହିଁକି ଓ କେଉଁ କାରଣ ପାଇଁ ସେ ପଦ ଛାଡିଛନ୍ତି କାରଣ ଜଣାପଡିନି ।
NCP ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଶରଦ ପାଓ୍ଵାର। ରାଷ୍ଟ୍ରୀୟ ସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ କାହିଁକି ଓ କେଉଁ କାରଣ ପାଇଁ ସେ ପଦ ଛାଡିଛନ୍ତି କାରଣ ଜଣାପଡିନି । ଗତ କିଛି ଦିନ ହେବ ଏନସିପିରେ ଚାଲିଥିଲା ପାଓ୍ଵାର ଲଢ଼େଇ । ଶରଦ ପାଓ୍ଵାର ଓ ଅଜିତ ପାଓ୍ଵାରଙ୍କ ଭିତରେ କ୍ଷମତାକୁ ନେଇ ବିବାଦ ଦେଖାଦେଇଥିଲା । ଅଜିତ ପାଓ୍ଵାର ଏନସିପିର ଗୋଟିଏ ଗୋଷ୍ଠୀକୁ ନେଇ ବିଜେପି ମେଣ୍ଟରେ ସାମିଲ ହେବାକୁ ଇଚ୍ଛୁକ ଥିବା ନେଇ ଚର୍ଚ୍ଚା ଚାଲିଥିଲା । ଏବେ ଶରଦ ପାଓ୍ଵାରଙ୍କ ପରେ କିଏ ହେବେ ଏନିସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତାକୁ ନେଇ ଚର୍ଚ୍ଚା ।
ଶରଦ ପାଓ୍ଵର ୧୯୯୯ ଏନସିପି ଗଠନ ପରେ ତାଙ୍କୁ ଅଧ୍ୟକ୍ଷ ପଦ ମିଳିଥିଲା । ୨୪ ବର୍ଷ ହେଲାଣି ସେ ଅଧ୍ୟକ୍ଷ ପଦରେ ରହିଥିଲେ ।
ଶରଦ ପାଓ୍ଵର ପଦ ଛାଡିବାର ଘୋଷଣା କରିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତା ନାରାବାଜୀ କରିଥିଲେ । କର୍ମୀମାନେ ତାଙ୍କୁ ପଦ ନ ଛାଡିବା ପାଇଁ ଅପିଲ୍ କରିଥିଲେ । ଏହି ଘୋଷଣା ପରେ ପାଓ୍ଵର କିଛି ସମର୍ଥକ ଏବଂ କର୍ମକର୍ତ୍ତା କାନ୍ଦୁଥିବାର ନଜର ଆସିଥିଲେ ।
ଶରଦ ପାଓ୍ଵରଙ୍କ ଘୋଷଣା ପରେ ଅଜିତ ପାଓ୍ଵର କହିଛନ୍ତି, ଆମେ ପରିବାର ଲୋକ ଏବଂ ପାର୍ଟି ନେତା ସହିତ ବସି ଆଲୋଚନା କରିବୁ । ପାର୍ଟିର କର୍ମକର୍ତ୍ତା ଏବଂ ଭାବନାକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯିବ ।
ଏବେ ଏନସିପିର କିଛି ବିଧାୟକ ଅଜିତ ପାୱରଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସରକାର ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି। ତେବେ ଏହାକୁ ଏନସିପି ସୁପ୍ରିମୋ ଭାବେ ଶରଦ ପାୱର ଖଣ୍ଡନ କରି ଚାଲିଥିଲେ। କିନ୍ତୁ ଏବେ ସେ ହଠାତ୍ ସୁପ୍ରିମୋ ପଦରୁ ଇସ୍ତଫା ଦେବା ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଛି।