ଏଡ୍‌ସ ସଂକ୍ରମିତ ଖୁଡ଼ୀର ଷଡ଼ଯନ୍ତ୍ର! ସ୍ୱାମୀ ମରିଯିବା ପରେ ଜାଣିଶୁଣି ନାବାଳକ ପୁତୁରାକୁ ଫସେଇ ଦୁଇଥର ରଖିଲା ଶାରୀରିକ ସମ୍ବନ୍ଧ

ଉତ୍ତରାଖଣ୍ଡର ଉଧମସିଂ ନଗର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୨୩ ବର୍ଷୀୟା ଜଣେ ମହିଳା ନିଜ ଦେଢ଼ଶୁରଙ୍କ ନାବାଳକ ପୁଅକୁ ଫସେଇ ତା’ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ମହିଳା ହେଉଛନ୍ତି ଜଣେ ଏଚ୍‌ଆଇଭି ପଜିଟିଭ ରୋଗୀ, ଯିଏ ନିଜ ଦେଢ଼ଶୁରଙ୍କ ପୁଅକୁ ଏଡ୍‌ସ ସଂକ୍ରମିତ କରିବାକୁ ଚାହୁଁଥିଲେ। ମହିଳାଙ୍କ ସ୍ୱାମୀ ବି ଏଡ୍‌ସ ସଂକ୍ରମିତ ଥିଲେ, ଯାହାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା।

ଖବର ମୁତାବକ, ରୁଦ୍ରପୁରରେ ରହୁଥିବା ଏହି ମହିଳା ନିଜ ଶାଶୁଘର ଗାଁକୁ ଯାଇଥିଲେ। ସେଠି ତାଙ୍କ ପୁତୁରା ଥିଲା। ମହିଳା ଜଣକ ନାବାଳକକୁ ଫସେଇ ତା’ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କିଛି ଦିନ ପରେ ଯେତେବେଳେ ନାବାଳକ ପରିବାର ଲୋକଙ୍କ ସହ ମିଶି ମହିଳା ରହୁଥିବା ସ୍ଥାନକୁ ଯାଇଥିଲା, ସେଠି ମଧ୍ୟ ଖୁଡ଼ୀ ତା’ ସହିତ ଆଉଥରେ ସମ୍ବନ୍ଧ ରଖିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ପୁତୁରା, ଖୁଡ଼ୀ ଏଚ୍‌ଆଇଭି ପଜିଟିଭ ଥିବା କଥା ଜାଣିବାକୁ ପାଇଥିଲା, ତ ତା’ର ପାଦ ତଳୁ ମାଟି ଖସି ଯାଇଥିଲା। ସହଜରେ ସେ ଏହି କଥା ବିଶ୍ୱାସ କରିପାରି ନ ଥିଲା।

ଅନ୍ୟପକ୍ଷରେ ପୋଲିସ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ପରିବାର ଲୋକଙ୍କ କହିବା ହେଲା, ନାବାଳକର ଜୀବନ ବର୍ବାଦ କରିଦେବା ପାଇଁ ଖୁଡୀ ଜାଣିଶୁଣି ଏଭଳି କରିଛି। ସେପଟେ ଏ ବିଷୟରେ ଜାଣିବା ପରେ ପଡ଼ୋଶୀମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.